ଓଡିଶା

୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ 

(ଭୁବନେଶ୍ୱର) : ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ଦେଖିବାକୁ ମିଳିଛି ବିଗ୍ ଫାଇଟ୍ । ରାଜ୍ୟରେ ୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ ।

ସୂଚନାନୁଯାୟୀ , ଦିନ ୩ଟା ସୁଦ୍ଧା ଦେଶରେ ୪୯.୨୦% ମତଦାନ ଆଜି ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଛି । ଅନୁଗୁଳରେ ୬୫.୧୯, କଟକରେ ୫୩.୧୪, ଢେଙ୍କାନାଳରେ ୫୮.୬୯, ପୁରୀରେ ୬୧.୯୬, ନୟାଗଡ଼ରେ ୬୧.୦୮, ସମ୍ବଲପୁରରେ ୬୫.୬୧ , କେନ୍ଦୁଝର ୬୨.୫୯, ମୟୂରଭଂଜ ୬୧.୩୮, ପ୍ରତିଶତ ମତଦାନ ହୋଇଛି । ସମ୍ବଲପୁର ଲୋକସଭା କ୍ଷେତ୍ରରେ ୬୫.୬୧ ପ୍ରତିଶତ ମତଦାନ ହୋଇଛି । ଏହି ଲେକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଆଠମଲ୍ଲିକରେ ୬୬.୨୦, ଛେଣ୍ଡିପଦାରେ ୬୫.୫୦, ଦେବଗଡ଼ରେ ୬୭.୦୦, କୁଚିଣ୍ଡାରେ ୭୨.୫୫, ସମ୍ବଲପୁରରେ ୫୪.୪୦, ରେଙ୍ଗାଲିରେ ୬୯.୧୧ ଓ ରେଢାଖୋଲରେ ୬୬.୦୦ ପ୍ରତିଶତ ମତଦାନ ହୋଇଛି ।

Related posts

ମାଲକାନଗିରିରେ ପୁଣି ଜନନୀ ଯନ୍ତ୍ରଣା

mahabharatanews

ଆସନ୍ତା ମାର୍ଚ୍ଚ ୨୫ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ

mahabharatanews

ଗ୍ରୀଡକୋ କୁ ବକେୟା ବିଲ୍ ପ୍ରଦାନ ନେଇ କହିଲେ ଉପମୁଖ୍ୟମନ୍ତ୍ରୀ

mahabharatanews