ଓଡିଶା

ହୀରାକୁଦରେ ଜଳସ୍ତର ୬୦୩ ଫୁଟ ପାର,ଛତିଶଗଡ଼ ଖୋଲିଦେଲା ସବୁ ଗେଟ  

(ହୀରାକୁଦ) : ଉପର ମୁଣ୍ଡରେ ବର୍ଷା ପରେ ସହଜରେ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏହି ସମୟରେ ଛତିଶଗଡ଼ କଲମା ବ୍ୟାରେଜ ସମସ୍ତ ଗେଟ ଅର୍ଥାତ ୬୬ଟି ଗେଟ୍ ଖୋଲିଦେବାରୁ ହୀରାକୁଦରେ ବର୍ଷାପାଣି ପ୍ରବେଶ କରିଛି । ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି ।

ସୂଚନା ଅନୁଯାୟୀ, ଦିନ ୧୨ ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୩ ଫୁଟ୍ ପାର କରିଛି  । ଏବେ ହୀରାକୁଦ ଜଳଭଣ୍ଡାରକୁ ୭୯  ହଜାର ୨୬୨  କ୍ୟୁସେକ୍ ଜଳ ପ୍ରବେଶ କରୁଛି । ହୀରାକୁଦ ଜଳଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା 630 ଫୁଟ ରହିଛି । ଉପରମୁଣ୍ଡରେ ଯଦି ଏଭଳି ଲଗାତାର ବର୍ଷା ହୁଏ, ତେବେ ଖୁବ ଶୀଘ୍ର ହୀରାକୁଦ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିବ ।

Related posts

ରାଜ୍ୟରେ ପୁଣି ହେବ ଆଣ୍ଟିବଡି ଟେଷ୍ଟ

mahabharatanews

ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ଶିଶୁ ଦିବସ ପାଳିତ

mahabharatanews

ଆସନ୍ତାକାଲି ଗଡିବ ବସ, ବନ୍ଦ ହେବନି ସେବା 

mahabharatanews