ଓଡିଶା

ବାଲ୍ୟ ବିବାହ,ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ସମ୍ବନ୍ଧୀୟ ସଚେତନତା

ଅଦ୍ୟତା ୨୬ ଜାନୁୟାରୀ ୨୦୨୬ରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ, ବିଶ୍ବ ଯୁବ କେନ୍ଦ୍ର,ବଣୀନାଳୀ, ଅନୁଗୋଳ ଜିଲ୍ଲା ଦ୍ଵାରା ପରିଚାଳିତ କାର୍ଯକ୍ରମ “ଆକ୍ସେସ ଟୁ ଜଷ୍ଟିସ” ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ୍ କୋଶଳା ଗ୍ରାମ ପଞ୍ଚାୟତ କର୍ଯ୍ୟାଳୟ ପରିସରରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ , ଏମ ବି କେ ,ସି ଆର ପି, ଗ୍ରାମ ସଭାପତି, ପଞ୍ଚାୟତର ସମସ୍ତ ୱାଡ ମେମ୍ବର, ଅଙ୍ଗନୱାଡି ଦିଦି , ଆଶା ଦିଦି ଓ ଗ୍ରାମର ଅନ୍ୟ କିଛି ମହିଳାଙ୍କ ଉପସ୍ଥିତିରେ ଜିଲ୍ଲାରେ ଶିଶୁ ମାନଙ୍କୁ ନିଜର ଅଧିକାରରୁ ବଞ୍ଚିତ କରି ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଯୌନନିର୍ଯ୍ୟାତନା, ଶିଶୁଶ୍ରମିକ  ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା । ବାଲ୍ୟ ବିବାହ ତଥା ଶିଶୁଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତ୍ୟେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ବ ଯୁବକେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୁଜା ସ୍ୱାଇଁଙ୍କ ତତ୍ଵାବଧାନରେ ପ୍ରକଳ୍ପ ସହଯୋଗୀ ସୁନୀତା ମାଝୀ ସଭା ପରିଚାଳନା କରିଥିଲେ ।

Related posts

ଜେଇଇ ମେନ୍ ୨୦୨୦: ଓଡିଶାରୁ ସୌରଭ ସୌମ୍ୟକାନ୍ତ ଦାଶ ଟପ୍ପର

mahabharatanews

୧୫ ଯାଏ ବର୍ଷା ସମ୍ଭାବନା

mahabharatanews

ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର

mahabharatanews