(ଭୁବନେଶ୍ୱର) : ଦଶହରାରେ ଲଘୁଚାପ ସମ୍ଭାବନା । ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ରହିପାରେ । ଏହା ପ୍ରଭାବରେ ଅକ୍ଟୋବର ୨୩ ରୁ ୨୬ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଆକଳନ ଅନୁଯାୟୀ, ଏକ ଲଘୁଚାପ ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହା ଓଡ଼ିଶା ମୁହାଁ ହେବା ସହ ଅକ୍ଟୋବର ୨୪ତାରିଖ ବେଳକୁ ଓଡ଼ିଶା ଉପକୂଳରେ ରହିପାରେ । ତେବେ ଏହା ଅଧିନ ଘନିଭୂତ ହୋଇ ବାଂଲାଦେଶ ଆଡକୁ ମୁହାଁଇପାରେ । ସେପଟେ କୃଷି ପାଣିପାଗ ବିଶାରଦ ଡକ୍ଟର ପଶୁପାଳକ କହିଛନ୍ତି, ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବ ।