ଅପରାଧଓଡିଶା

ଚାଲାଣ ବେଳେ ଧାରା ପଡିଲେ ପୁଳା ପୁଳା କଇଁଛ

ବାଲେଶ୍ୱର: ବନ ଵିଭାଗ କର୍ମଚାରୀଙ୍କ ବଡ ସଫଳତା । ଚାଲାଣ ବେଳେ ଧାରା ପଡିଲେ ପୁଳା ପୁଳା କଇଁଛ । ଏବେ ଗୋରୁଗାଇଙ୍କ ବଦଳରେ ମାଫିଆଙ୍କ ଟାର୍ଗେଟରେ ପଡ଼ୁଛନ୍ତି କଇଁଛ । ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି ଶହ ଶହ କଇଁଛ । ଏ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ରେମୁଣାରୁ ପଶ୍ଚିମବଙ୍ଗରେ । ଏ କଇଁଛ ଗୁଡିକୁ କେଜିପ୍ରତି ୨୫୦ଟଙ୍କା ହିସାବରେ କିଣିଥିବା ବ୍ୟକ୍ତିଜଣକ ସୂଚନା ଦେଇଛନ୍ତି। ଜଳେଶ୍ୱର ବନ ବିଭାଗ ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ଜବତ କରିଛି।

ସୂଚାନୁସାରେ , କଇଁଛ ଚାଲାଣ ହେଉଥିବା ଖବର ପାଇ ସଜବାଜ ହୋଇଥିଲା ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ନିକଟରେ ଚେକିଂକୁ କଡ଼ାକଡ଼ି କରାଯାଇଥିଲା। ଏହି ସମୟରେ ପହଞ୍ଚିଥିବା ଏକ ଗାଡ଼ିକୁ ଚେକିଂ ବେଳେ ଗାଡ଼ି ଡାଲାରେ ପୁଳା ପୁଳା କଇଁଛ ଥିବା ବେଳେ ସେମାନଙ୍କୁ ବାନ୍ଧି ବସ୍ତାରେ ପଶାଇ ନିଆଯାଉଥିଲା।ବନ କର୍ମଚାରୀ ସମସ୍ତ କଇଁଛଙ୍କୁ ଉଦ୍ଧାର କରି ଗଣିବା ବେଳକୁ ୮୭ଟି କଇଁଛ ଥିବା ଜଣାପଡ଼ିଲା।

Related posts

ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଓଡ଼ିଶା ଗସ୍ତ

mahabharatanews

ଗାଁ ଗାଁରେ ଦେଶୀ ମଦ ବନ୍ୟା, ଅବକାରୀ ବିଭାଗ ଚୁପ୍

mahabharatanews

ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତ ଦେହ

mahabharatanews