ଓଡିଶାବିଶେଷ

ବହୁଳ ପ୍ରଚାର ପ୍ରସାର ଓ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପରେ ବି କମିଛି ପଞ୍ଜିକରଣ ସଂଖ୍ୟା

ବ୍ୟୁରୋ : ୨୦୨୪-୨୦୨୫ ରେ କମିଲା ଚାଷୀଙ୍କ ପଞ୍ଜିକରଣ ସଂଖ୍ୟା। ୨୦୨୩-୨୦୨୪ ରେ ୧୭ ଲକ୍ଷ ୭୨ ହଜାର ୩୪୭ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୨୦୨୪-୨୦୨୫ ୧୭ ଲକ୍ଷ ୪୯ ହଜାର ୯୮୭ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଏନେଇ ଗୃହରେ ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ। ୨୦୨୪-୨୦୨୫ ବର୍ଷରେ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ସହ ବହୁଳ ପ୍ରଚାର ପ୍ରସାର କରାଯାଇଥିଲା । କିନ୍ତୁ କାହିଁକି ପଞ୍ଜିକରଣ କମିଲା ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା। ମନ୍ତ୍ରୀ କହିଛନ୍ତି ଏ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବ।

Related posts

କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତି

mahabharatanews

ଓଡିଶା ପାଇଁ ମୁଣ୍ଡ ବିନ୍ଧା ସାଜିଛ ପଶ୍ଚିମ ବଙ୍ଗ

mahabharatanews

ଖୋର୍ଦ୍ଧା ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ

mahabharatanews