ଓଡିଶାବିଶେଷ

ଗନ୍ଧମାର୍ଦ୍ଦନ କୁନେଇ ବିରୋଧୀ ଦଳ ଉପନେତାଙ୍କ ପ୍ରଶ୍ନ ; ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ

ବ୍ୟୁରୋ : ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ। ଯେତେ ବେଳେ ପୂର୍ବ ସରକାର ବକ୍ସାଇଟ ଖନନ ପାଇଁ ଦେଇଥିଲେ ସେତେ ବେଳେ ଜନ ଆନ୍ଦୋଳନ ହୋଇଥିଲା। ଯାହା ପାଇଁ ବିଜୁ ପଟ୍ଟନାୟକଙ୍କ ସରକାର ସେ ନିର୍ଦ୍ଦେଶକୁ ବାତିଲ କରାଯାଇଥିଲା। ପୁଣି ଏ ସରକାର ଜଣେ ଆଦାନୀ କମ୍ପାନୀକୁ ଟେକି ଦେବାକୁ ଯାଉଛନ୍ତି। ଯିଏ କି ଭାରତବର୍ଷକୁ ବିଶ୍ୱରେ ନିନ୍ଦିତ କରୁଥିବା ବ୍ୟକ୍ତିଙ୍କୁ ଟେକି ଦେବାକୁ ଯାଉଛନ୍ତି। ଯେଉଁଠି ଜଙ୍ଗଲ ସୃଷ୍ଟି କରିବା କଥା ନ କରି ଯେଉଁ ଟି ଜଙ୍ଗଲମୟ ପରିବେଶ ଅଛି ତାହାକୁ ନଷ୍ଟ୍ କରିବାକୁ ଯାଉଛନ୍ତି। ଯାହା ପାଇଁ ଜନ ଆନ୍ଦୋଳନ ହେଲାଣି ଗାଁ ଗାଁ ରେ। ସରକାରଙ୍କ ଠାରୁ ଅନୁମତି ତାକୁ ଦିଆ ଯାଇଛି କି ? ଗନ୍ଧମାର୍ଦ୍ଦନ ପାହାଡ଼ରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ ରଖିଛନ୍ତି କି ? ତାହାର ସ୍ପଷ୍ଟି କରଣ କରନ୍ତୁ ସରକାର।ଓଡ଼ିଶା ବାସୀ ତାର ଜବାବ ମାଗୁଛନ୍ତି। ଯଦି ସେ କମ୍ପାନୀ ଜମି କିଣିଛି କାର୍ଯ୍ୟାନୁଷ୍ଠାନ ନେବେ କି ?

ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ;

ଜମି ଆଦାନୀ କମ୍ପାନୀ କିଣିବା ପ୍ରସଙ୍ଗ ହେଉଛି ତାହା ବିଜେଡି ସରକାର ଅନୁମତି ଦେଇଛନ୍ତି ଆମ ସରକାର ନୁହେଁ । ଗନ୍ଧମାର୍ଦ୍ଦନ ପାହାଡ଼କୁ କୌଣସି ମତେ ମୋହନ ସରକାର କାହା ହାତକୁ ଟେକି ଦେବନାହିଁ। ଯଦି କିଛି ହୁଏ ମୁଁ ମଧ୍ୟ ଆପଣ ମାନଙ୍କ ସହ ଆନ୍ଦୋଳନ ରେ ସାମିଲ ହେବି।ସେ କମ୍ପାନୀକୁ ପୂର୍ବ ତଥା ବିଜେଡି ସରକାର ଜମି ଟେକି ଦେଇଛି।ତୁମେ ଭୁଲ କରିଛ ତାକୁ ପ୍ରଥମେ ସ୍ୱୀକାର କର। ଗନ୍ଧମାର୍ଦ୍ଦନ ପାହାଡ଼ରେ କିଛି କରିବାକୁ ଆଦାନୀ ହେଉ କି, ଆଉ କୌଣସି କମ୍ପାନୀକୁ ଆମ ସରକାର ଦେବେ ନାହିଁ । ଏ ଗୃହକୁ ଓ ମୁଁ ରାଜ୍ୟବାସୀଙ୍କୁ ଅବଗତ କରୁଛି।ଗନ୍ଧମାର୍ଦ୍ଦନ କୁ ନଷ୍ଟ କରିବାକୁ କାହାକୁ ଦିଆ ଯିବନାହିଁ।ଯଦି କିଛି ହୁଏ ତେବେ ଆମେ ବି ସେହି ଆନ୍ଦୋଳନରେ ଯୋଡ଼ି ହେବୁ ।

Related posts

 ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ ଆକ୍ରାନ୍ତ ସଂଖ୍ୟା ୨୪୪କୁ ବୃଦ୍ଧି 

mahabharatanews

୧୧ ବର୍ଷ ପରେ ମଧ୍ୟ ପାତାଳି କ୍ଷେତ୍ରର ବିକାଶ ହୋଇପାରୁ ନାହିଁ

mahabharatanews

ସରକାରୀ ଉଦ୍ୟୋଗ ଗୁଡିକର ଘରୋଇକରଣ ନିମନ୍ତେ କୌଣସି ପ୍ରସ୍ତାବ ହସ୍ତଗତ ହୋଇନାହିଁ

mahabharatanews