ଓଡିଶା

ରାଜ୍ୟରେ ଘନ କୁହୁଡ଼ି ପ୍ରଭାବ  

(ଭୁବନେଶ୍ୱର) :  ଆସନ୍ତା ୫ ଦିନ ତାପମାତ୍ରାରେ ହେବ ନାହିଁ ପରିବର୍ତ୍ତନ । ସବୁଠି ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିବ। ତେବେ ୭ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବାକୁ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନ(ଏସ୍‌ଆରସି)ଙ୍କ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ, ୬ ତାରିଖ ଭୋର ସମୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଖୋର୍ଦ୍ଧା ଜିଲାର ଗୋଟିଏ ଦୁଇଟି ସ୍ଥାନ ଏବଂ ୭ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।  ତେଣୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ପରିବହନ ଅଧିକାରୀମାନଙ୍କୁ ନଜର ରଖିବାକୁ କୁହାଯାଇଛି। ଉପକୂଳ ଓଡ଼ିଶା ସମେତ ବାକି ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ।

Related posts

କୋଭିଡ କେୟାର ସେଣ୍ଟର ଉଦଘାଟିତ

mahabharatanews

ଚିନିକଳ କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ନୟାଗଡ ବନ୍ଦ ପାଳନ

mahabharatanews

ଓଡିଶା ପହଞ୍ଚିଲା ଚିକୁନ

mahabharatanews