ଓଡିଶା

ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ଭିଡ  

 (ଭିତରକନିକା) : ଭିତରକନିକା ଜାତୀୟଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆଜି ବନବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି । ଏ ବର୍ଷ ୧ ଲକ୍ଷ ୫୧ ହଜାର ୪୨୧ ଆସିଛନ୍ତି। ଅର୍ଥାତ ଗତବର୍ଷଠାରୁ ଏ ବର୍ଷ ଭିତରକନିକାକୁ ୧୨୪୬୨ ଅଧିକ ପକ୍ଷୀ ଆସିଥିବା ଜଣାପଡିଛି।

ସୂଚନାନୁଯାୟୀ , ଗତ ୧୬ ବର୍ଷ ମଧ୍ୟରେ ଏହା ସର୍ବାଧିକ। ଗତବର୍ଷ ଭିତରକନିକାକୁ ୧୪୦ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏ ବର୍ଷ ୧୨୧ ଲାର୍ଜ ହୁଇସିଲିଂ ଡକ୍‌ ପ୍ରଜାତିର ପକ୍ଷୀ ସବୁଠୁ ଅଧିକ ୨୮୦୯୦ ଆସିଛନ୍ତି। ଚଳିତବର୍ଷ ଭିତରକନିକାରେ ବିରଳ କମନସେଲ ଡକ୍‌ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ଏହାବାଦ୍‌ ଭିତରକନିକାରେ କମନ୍‌ ସୋଲଭର ଜାତୀୟ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଚଳିତ ବର୍ଷ ଗ୍ରେବସ, ପେଲିକାନସ, କରମୋରାନ୍‌ଟସ ଆଣ୍ଡ ଡାର୍ଟର, ହେରନସ, ଏଗ୍ରେଟ୍ସ ଏବଂ ବିଟର୍ସ, ଷ୍ଟୋର୍କସ, ଇବିସେସ ଏବଂ ସ୍ପୁନବିଲ, ଫ୍ଲମିଙ୍ଗସ, ଗିଜ ଏବଂ ଡକସ, କ୍ରେନଓ, ରେଲସ ଏବଂ ଗାଲିନଲସ ଏବଂ କୁଟ, ଫିନଫୁଟ ଏବଂ ଜାକାନାସ, ସୋରବାର୍ଡ ୱାଡର୍ସ, ଗଲ୍‌ସ, ଟରନଓ ଏବଂ ସ୍କିନରସ ଏବଂ ଅନ୍ୟାନ୍ୟ ବିଦେଶୀ ପକ୍ଷୀ ଗଣନା ବେଳେ ଚିହ୍ନଟ କରାଯାଇଛି।

Related posts

 ଯବାନଙ୍କ ଗୁଳିରେ ୨ ମାଓବାଦୀ ନିହତ

mahabharatanews

 ଖସିଲା ଯାତ୍ରୀବାହୀ ବସ୍; ୪୦ ଜଣ ଆହତ

mahabharatanews

ଡରାଉଛି ଡାଇରିଆ

mahabharatanews