ଓଡିଶା

 ବଢୁଛି ମଣିଷ ଖିଆ କୁମ୍ଭୀରର ଉତ୍ପାତ, ମହିଳା ମୃତ୍ୟୁ

(କେନ୍ଦ୍ରାପଡା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମଣିଷ ଖିଆ କୁମ୍ଭୀରର ଉତ୍ପାତ । କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଜଣକ ପରେ ଜଣକ ଜୀବନ ଚାଲିଯାଉଛି। ବୁଧବାର ଦିନ ନିଜ ବାଡ଼ି ପୋଖରୀ ତୁଠରେ ବାସନ ମାଜୁଥିବା ବେଳେ ଜଣେ ମହିଳାଙ୍କୁ ଟାଣି ନେଇଛି ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରତିବାଦରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତିc

ସୂଚନାନୁଯାୟୀ , ଏହି ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁର ବୈଲୋଚନ ଦାସଙ୍କ ସ୍ତ୍ରୀ ସୀତାରାଣୀ(୪୫)। ଦୀର୍ଘ ୩ ଘଣ୍ଟା ପରେ ତାଙ୍କ ମୃତଦେହ ପୋଖରୀ ନିକଟ ନାଳରୁ ଉଦ୍ଧାର କରାଯାଇଛି।  ତୁଠରୁ ଚଡ଼ଦିଆ ନାଳ ମଧ୍ୟକୁ ନେଇଯାଇଥିଲା। ବ୍ରାହ୍ମଣୀ ନଦୀର ଝାରପଡା ନିକଟରୁ ବାହାରିଥିବା ଏହି ନାଳ ଦଳରେ ଭର୍ତ୍ତି ହୋଇରହିଛି। କିଛିସମୟ ମଧ୍ୟରେ ବିରାଟକାୟ କୁମ୍ଭୀରଟି ସୀତାଙ୍କୁ ନାଳ ଭିତରେ ମାରି ଦେଇଥିଲା।

Related posts

ଓମିକ୍ରନ ପରିଚାଳନା ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews

୩ଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର

mahabharatanews

ସ୍ୱତନ୍ତ୍ର ବସରେ ୨୪ଜଣ ବିହାର ଓ ପଶ୍ଚିମବଙ୍ଗ ଗଲେ

mahabharatanews