ଭୁବନେଶ୍ୱର : ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ଘର ନିର୍ମାଣ ପାଇଁ ମିଳିବ ୱାର୍କ ଅର୍ଡର । ପ୍ରଧାନମନ୍ତ୍ରୀ ଆବସ ଯୋଜନାର ଲୋଗୋ ପ୍ରୋମିନେଟଲି ରହିବ । ରାଜ୍ୟର ବିଜୁ ପକ୍କା ଘର ଲୋଗୋ ରହିବ ନା ନାହିଁ ତାହା ସ୍ପଷ୍ଟ କରିନଥିଲେ ମଧ୍ୟ ଯେହେତୁ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଦେଉଛନ୍ତି ସେଥିପାଇଁ ରହିବ ବୋଲି କୁହାଯାଇଛି । ଗୋଟେ ଘର ଭିତରେ ଲାଗି ଜଣେ ହିତାଧିକାରୀ ନରେଗାରେ କାର୍ୟ୍ୟ ଏବଂ ଶୌଚାଳୟ ନିର୍ମାଣ ମିଶାଇଲେ ସବୁ ପରେ ୧ ଲକ୍ଷ ୫୦ ହଜାର ରୁ ୧ ଲକ୍ଷ ୬୦ ହଜାର ଟଙ୍କା ପାଇବେ । ବର୍ତ୍ତମାନ ୧୨ ଲକ୍ଷ ଲୋକ ରାଜ୍ୟରେ ପକ୍କା ଘର ପାଇବା ପାଇଁ ଅପେକ୍ଷା କରିଛନ୍ତି । ଅଯୋଗ୍ୟଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଗ୍ରାମସଭାରେ ଯୋଗ୍ୟ ପରିବାରଙ୍କ ତାଲିକା ଅନୁମୋଦନ ପରେ ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ କାର୍ୟ୍ୟାଦେଶ ପ୍ରଦାନ କରାଯିବ ।
ଏ ନେଇ ସ୍ଵଛତା ରଖିବାକୁ ପଦକ୍ଷେପ ନିଆ ଯାଇଥିବା କହିଛି ପଂଚାୟତି ରାଜ ବିଭାଗ। ଆସନ୍ତା କାଲି ଠୁ ୨୪ ତାରିଖ ପର୍ୟ୍ୟନ୍ତ ପଂଚାୟତ କାର୍ୟ୍ୟାଳୟ, ଅଙ୍ଗନବାଡ଼ି, ସ୍କୁଲ ଓ ଗ୍ରାମର ପ୍ରମୁଖ ସ୍ଥାନରେ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପଦର୍ଶୀତ ହେବ । ଯଦି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ରହିଥିବ ତେବେ ଅଭିଯୋଗ ବାକ୍ସ କିମ୍ବା ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୭୦ କିମ୍ବା ୧୫୫୩୩୫ ନମ୍ବର କୁ କଲ କରି ଅଭିଯୋଗ ଦେଇ ପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ରେ ୮ ଲକ୍ଷ ୧୭ ହଜାର ଏବଂ ସ୍ୱତନ୍ତ୍ର ଭାବେ ଫନି କ୍ଷତି ଗ୍ରସ୍ତଙ୍କ ପାଇଁ ୧ ଲକ୍ଷ ୪୨ ହଜାର ଘର ବଣ୍ଟନ କରାଯିବ । ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ୬୦:୪୦ ରହିଛି । ହିତାଧିକାରୀ ମାନେ ଯଦି ୪ ମାସ ରେ ଗୃହ ନିର୍ମାଣ ଶେଷ କରୁଛନ୍ତି ତେବେ ତାଙ୍କୁ ୨୦ ହଜାର ଟଙ୍କା ଓ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ ୧୦ ହଜାର ଟଙ୍କା ରାଜ୍ୟ ସରକାର ନିଜ ପାଣ୍ଠି ରୁ ରାଜ୍ୟ ସରକାର ଦେଉଥିବା ପ୍ରେସମିଟ ରେ କହିଛନ୍ତି ପଞ୍ଚାୟତିରାଜ ସଚିବ ।