ଭାରତ

ଦୁନିଆର ସବୁଠାରୁ ଛୋଟ ମହିଳା ଦେଲେ ଭୋଟ

(ଦିଲ୍ଲୀ) : ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ମତଦାନ ହୋଇଛି ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନ ପାଇଁ ଭୋଟିଂ ହେଉଛି । ମହାରାଷ୍ଟ୍ରର ପାଞ୍ଚଟି ଆସନରେ ଲୋକମାନେ ଆଜି ସମ୍ପୂର୍ଣ୍ଣ ଉତ୍ସାହର ସହ ଭୋଟ୍ ଦେଉଛନ୍ତି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ସମୟରେ ଦୁନିଆର ସବୁଠାରୁ ଛୋଟ ମହିଳା ନାଗପୁର ଆସନ ଲାଗି ଭୋଟ୍ ଦେଇଛନ୍ତି ।

ସୂଚନାନୁଯାୟୀ, ନାଗପୁରରେ ଭୋଟ ଦେବା ପରେ ସେ କହିଛନ୍ତି, ମୁଁ ଆଜି ମୋର ପୁରା ପରିବାର ସହିତ ଭୋଟ ଦେଇଛି। ମୁଁ ପ୍ରତ୍ୟେକ ଭୋଟରଙ୍କୁ ଭୋଟ ଦେବାକୁ ନିବେଦନ କରିବାକୁ ଚାହୁଁଛି କାରଣ ଏହା ଆମର କର୍ତ୍ତବ୍ୟ। ବୃତ୍ତି ଅନୁଯାୟୀ ସେ ଜଣେ ଭାରତୀୟ ଅଭିନେତ୍ରୀ। ଗିନିଜ ୱାଲର୍‌ଡ ରେକର୍ଡ ଅନୁଯାୟୀ ଦୁନିଆର ସବୁଠାରୁ ଛୋଟ ଜୀବନ୍ତ ମହିଳା ଭାବରେ ଜଣାଶୁଣା।  ତାଙ୍କର ୧୮ତମ ଜନ୍ମଦିନ ପରେ ଜ୍ୟୋତିଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ ଦ୍ୱାରା ଆନୁଷ୍ଠାନିକ ଭାବରେ ଦୁନିଆର ସବୁଠାରୁ ଛୋଟ ଜୀବନ୍ତ ମହିଳା ଭାବରେ ଘୋଷଣା କରାଯାଇଥିଲା।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୧୮୩ କରୋନା ଆକ୍ରାନ୍ତ ଚିହ୍ନଟ 

mahabharatanews

ଏହି ବର୍ଷ ଚନ୍ଦ୍ରରେ ପାଦ ରଖିବେ ଭାରତୀୟ  

mahabharatanews

ଏହି ଦେଶକୁ ଛୁଇଁନି କରୋନା

mahabharatanews