ଓଡିଶା

ବିଦ୍ୟୁତ ଆଘାତରେ ଯୁବକ ମୃତ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ବାଦାମ ପାହାଡ ଥାନା ଅଧିନ ସୁଲାଇପାଟ ଫାଣ୍ଡି ଅଞ୍ଚଳର ଜୟପୁର ଗାଁର ଜାମୁଡି ସାହିରେ ବୁଧବାର ରାତିରେ ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୂ ହୋଇଛି । ସୂଚନା ଅନୁଯାୟୀ, ଜାମୁଡିସାହିର ବାସୁଦେବ ସେଠୀ ଗତକାଲି ରାତିରେ ନିଜ ଘରେ ବିଦ୍ୟୁତ ବଲବ ଲଗାଉଥିବା ସମୟରେ ବିଦ୍ୟୁତ ତାର ଛିଡି ଦେହରେ ଲାଗି ଯାଇଥିଲା । ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆଜି ବାଦାମ ପାହାଡ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରିବା ପରେ ପରିବାରଙ୍କୁ ହସ୍ତାନ୍ତର କରିଛି ।

Related posts

ଆସନ୍ତା ୨୪ ଘଣ୍ଟା ଅତି ପ୍ରବଳ ବର୍ଷା; ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews

ଡିସେମ୍ବର ୨୬ରୁ ଜାନୁଆରୀ ୪ ଭିତରକନିକା ବନ୍ଦ

mahabharatanews

ଆଜି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews