ଓଡିଶା

ବିଦ୍ୟୁତ ଆଘାତରେ ଯୁବକ ମୃତ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ବାଦାମ ପାହାଡ ଥାନା ଅଧିନ ସୁଲାଇପାଟ ଫାଣ୍ଡି ଅଞ୍ଚଳର ଜୟପୁର ଗାଁର ଜାମୁଡି ସାହିରେ ବୁଧବାର ରାତିରେ ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୂ ହୋଇଛି । ସୂଚନା ଅନୁଯାୟୀ, ଜାମୁଡିସାହିର ବାସୁଦେବ ସେଠୀ ଗତକାଲି ରାତିରେ ନିଜ ଘରେ ବିଦ୍ୟୁତ ବଲବ ଲଗାଉଥିବା ସମୟରେ ବିଦ୍ୟୁତ ତାର ଛିଡି ଦେହରେ ଲାଗି ଯାଇଥିଲା । ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆଜି ବାଦାମ ପାହାଡ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରିବା ପରେ ପରିବାରଙ୍କୁ ହସ୍ତାନ୍ତର କରିଛି ।

Related posts

କୃଷ୍ଣ ଓ ବଳରାମ ଅବତାର ହୋଇଛନ୍ତି ଠାକୁର, ଦର୍ଶନ କଲେ ଭକ୍ତ…

mahabharatanews

ତ୍ରିରଙ୍ଗା ସ୍ୱେଚ୍ଛାସେବି ଅନୁଷ୍ଠାନ ପକ୍ଷରୁ ଧର୍ମଶାଳା ଥାନା ଅଧିକାରୀଙ୍କୁ ସମ୍ମାନିତ

mahabharatanews

‘ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହେବ ପ୍ରସିଦ୍ଧ ଭୀମକୁଣ୍ଡ ‘: 5-ଟି ସଚିବ

mahabharatanews