ଅପରାଧ

ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ଏକ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗାଁର ଛବିନା ପଣ୍ଡା ଶନିବାର ରାତି ପ୍ରାୟ ସାଢେ ୧୦ଟାରେ ଘର ବାରଣ୍ଡାରେ ବସିଥିବା ବେଳେ ଧୋବା ସାହିର ଗୋଟିଏ ଗୋଷ୍ଠୀର ୪୦ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ଭାଇ ଆସି ଏହାର ବିରୋଧ କରିଥିଲେ । ଏହି ସମୟରେ ଉତ୍ତ୍ୟକ୍ତ ଲୋକେ ଯୁବକଙ୍କୁ କାବୁ କରି ମାଡ ମାରିବା ସହ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଖବର ପାଇ ହିଞ୍ଜିଳୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା । ଏନେଇ ଆହତ ଯୁବକ ହିଞ୍ଜିଳି ଥାନାରେ ଅଭିଯୋଗ ଆଣି ଗାଁର କିଛି ଯୁବକଙ୍କ ବିରୋଧରେ ଏତାଲା ଦେଇଛନ୍ତି । ଏହାକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁ୍କ୍ତ ଗିରଫ

mahabharatanews

ଓଡ଼ିଆ ଯୁବକଙ୍କୁ ସଙ୍ଘବୋଧ ଆକ୍ରମଣ ପରେ ମୃତ୍ୟୁ

mahabharatanews

ଡ୍ରୋନ ଜରିଆରେ ହେରୋଇନ ଚାଲାଣ କରୁଛି ପାକିସ୍ତାନ

mahabharatanews

Leave a Comment