ଓଡିଶା

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

(ମହାଭାରତ, ପିପିଲି): ପିପିଲି ଥାନା ପରିସରରେ ‘ଆମ ପୋଲିସ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈ÷ଠକରେ ପିପିଲି ଏସଡିପିଓ ଦେବଦତ ବରାଳ ଓ ଆଇଆଇସି ଶରତ କୁମାର ସାହୁ, ସମିତିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ । ବିକ୍ରମ ସିଂହଙ୍କ ବୈଠରେ ସଭାପତିତ୍ୱ କରିଥିଲେ । ପିପିଲି ହାଟତୋଳି ସମେତ କଂଟି, କାକୁଡିଆ, ମଙ୍ଗଳପୁର, ସାତସଙ୍ଖ ଆଦି ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି ଦିନକୁ ଦିନ ବଢି ଚାଲୁଥିବାରୁ ଏହାକୁ ରୋକିବା ପାଇଁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ଏହି ଧଳାଜହର ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ ଉପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେଉ ବୋଲି ବୈ÷ଠକରେ ଉପସ୍ଥିତ ବୁଦ୍ଧିଜୀବି ଓ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରସ୍ତାବ ଦେଇଥିଲେ । ଏହା ବ୍ୟତୀତ ଅପରାଧିକ କାର୍ଯ୍ୟକଳାପକୁ ନେଇ ଜନତାଙ୍କ ତରଫରୁ ଆସିଥିବା ସମସ୍ତ ଦାବି, ଅଭିଯୋଗ ଗୁଡିକ ବିଷୟରେ ଜିଲ୍ଲା ଏସପିଙ୍କୁ ଅବଗତ କରାଯିବା ସହିତ ସେଗୁଡିକର ସମାଧାନ ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯିବ । ଏଥିସହ ଜନତାଙ୍କ ନିମନ୍ତେ ପୋଲିସ ପକ୍ଷରୁ ସୂଚନା ଆଦାନ ପ୍ରଦାନ ପାଇଁ ଖୁବଶୀଘ୍ର ‘ଆମ ପୋଲିସ ସମିତି ହ୍ୱାଟ୍ସଆପ୍ ଗ୍ରୁପ’ ଖୋଲାଯିବ ବୋଲି ପିପିଲି ଥାନାଧିକାରୀ କହିଛନ୍ତି ।

Related posts

 ଯବାନଙ୍କ ଗୁଳିରେ ୨ ମାଓବାଦୀ ନିହତ

mahabharatanews

ଗ୍ରାହକଙ୍କୁ ଠକିବା ପଡିଲା ମହଙ୍ଗା

mahabharatanews

ସଜାଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ

mahabharatanews

Leave a Comment