(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀରରେ ବହୁଭାଷୀ ମଠଖାଇ ମହୋତ୍ସବ ଆରମ୍ଭ ହୋଇଛି । ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ରବିବାର ଶୁଭାରମ୍ଭ ହୋଇଛି । ୨୦୦୧ ମସିହାରୁ ସାମାଜିକ-ସାଂସ୍କୃତିକ ସଂଗଠନ ‘ଭୂମିକା’ ପକ୍ଷରୁ ପ୍ରତିବର୍ଷ ଏହି ମହୋତ୍ସବର ଆୟୋଜନ କରାଯାଉଛି । ଏହି ମହୋତ୍ସବର ଶୁଭାରମ୍ଭ ଅବସରରେ ଭାଗ ନେଉଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଯାଇଥିଲେ । ‘ଥିଏଟର ମାର୍ଚ୍ଚ’ ନାମକ ଏହି ଶୋଭାଯାତ୍ରାରେ ଅନୁଷ୍ଠାନ ଗୁଡିକର ସଦସ୍ୟମାନେ ସଙ୍ଗୀତର ତାଳେ ତାଳେ ନାଚି ସହର ପରିକ୍ରମା କରିଥିଲେ । କଳାହାଣ୍ଡିର ଘୁମୁରା, ବରଗଡ ପଦ୍ମପୁରର ଘୁଡୁକା, ଢାପ ଏବଂ ଆଦିବାସୀ ନୃତ୍ୟରେ କଳାକାରମାନେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାରେ ମଠଖାଇ ମହୋତ୍ସବ କମିଟିର ଚେୟାରମ୍ୟାନ ତଥା ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ । ଅଞ୍ଚଳର ବିକାଶ, ଏକତା ତଥା ଭାଇଚାରା ପ୍ରତିଷ୍ଠା ପାଇଁ ଏହି ମହୋତ୍ସବର ଆୟୋଜନ କରାଯାଉଛି ବୋଲି ସେ କହିଥିଲେ । ଜାନୁଆରୀ ୧୯ରୁ ୨୩ ତାରିଖ ଯାଏ ଚାଲିବାକୁ ଥିବା ଏହି ମହୋତ୍ସବରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଶିଷ୍ଟ ମଞ୍ଚ କଳାକାରମାନଙ୍କୁ ଏଥିରେ ସମ୍ମାନିତ କରାଯିବ ।
previous post
next post