ଓଡିଶା

କଣାସ: ୨୧୦,୭୭୩ ପିଲାଙ୍କୁ ପୋଲିଓ ବୁନ୍ଦା

ପୁରୀ : ପୁରୀ ଜିଲ୍ଲା କଣାସ ବ୍ଲକରେ ଅନୁଷ୍ଠିତ ପୋଲିଓ ଅଭିଯାନର ପ୍ରଥମ ଦିନରେ ଭଲ ସଫଳତା ହାସଲ ହୋଇଛି । ଏହି ବ୍ଲକରେ ପ୍ରଥମ ଦିନରେ ୨୧୦ ହଜାର ୭୭୩ ଜଣ ଶିଣୁଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିବା ବ୍ଲକର ପ୍ରୋଗ୍ରାମ ମ୍ୟାନେଜର ଧନେଶ୍ୱର ସ୍ୱାଇଁ ପ୍ରକାଶ କରିଛନ୍ତି । ୫୩ଟି ପୋଲିଓ ବୁଥ କରାଯାଇଥିବା ବେଳେ ୨ଟି ଭ୍ରାମ୍ୟମାଣ ପୋଲିଓ ବୁଥର ଆୟୋଜନ କରାଯାଇଥିଲା । ୨୧୬ ଜଣ ପୋଲିଓ କର୍ମୀ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ୧୧ ଜଣ ସୁପରଭାଇଜର ନିଯୁକ୍ତ ହୋଇଥିଲେ । ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡ. ଇନ୍ଦିରା ମିଶ୍ର କଣାସ ବ୍ଲକର ବିଭିନ୍ନ ପୋଲିଓ ବୁଥ ବୁଲି କାର୍ଯ୍ୟର ତଦାରଖ କରିଥିଲେ । କଣାସ ଚିକିତ୍ସାଧିକାରୀ ଡ. ବିଶ୍ୱରଞ୍ଜନ ଜେନା, ବ୍ଲକ ସ୍ୱାସ୍ଥ୍ୟ ଶିକ୍ଷାଧିକାରୀ ଦୁଃଶାସନ ସ୍ୱାଇଁ ବିଭିନ୍ନ ବୁଥ ବୁଲିଥିଲେ । ସକାଳ୮ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବୁଥ ଖୋଲାଯାଇ ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଯାଇଥିଲା ।

Related posts

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ଏଞ୍ଜେଲ ଜିଜ୍ଞାସା ପ୍ରିୟାନ୍ସି

mahabharatanews

ଦୋକାନ ଘରେ ପଶିଗଲା ଡମ୍ପର, ଅଳ୍ପକେ ବର୍ତ୍ତିଲା ଲୋକଙ୍କ ଜୀବନ

mahabharatanews

ଦେଓଗାଁ ଚିନିକଳକୁ ନେଇ ବିଜେପି ତରଫରୁ ବିକ୍ଷୋଭ

mahabharatanews

Leave a Comment