(ମହାଭାରତ, ରାଉରକେଲା): ରାଜ୍ୟ ସରକାର ସମସ୍ତ ଜିଲ୍ଲାର ଆରଟିଓ (ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ)ଗୁଡିକୁ ଦଲାଲ ମୁକ୍ତ ରଖିବା ପାଇଁ ଘୋଷଣା କରିଛନ୍ତି । ଏହି ଘୋଷଣାକୁ ଆଧାର କରି ରାଉରକେଲା ପୋଲିସ ୫ ଜଣ ଦଲାଲଙ୍କୁ ଗିରଫ କରିଛି । ଦଲାଲମାନେ ରାଉରକେଲା ଆରଟିଓ ଅଫିସ ବାହାରେ ଛିଡା ହୋଇ ଗାଡି ପଞ୍ଜିକରଣ ପାଇଁ ଦଲାଲି କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୨୨ ହଜାର ୭୦୦ ଟଙ୍କା ସମେତ ଗୋଟିଏ କାର, ଏକ ବାଇକ୍, ଏକ ସ୍କୁଟି ଓ ୬ଟି ମୋବାଇଲ ଫୋନ ଜବତ କରିଛି । ଏହାସହ ସେମାନଙ୍କ ଠାରୁ ଗାଡି ପଞ୍ଜିକରଣ ଓ ଲାଇସେନ୍ସ କରାଇଦେବା ନେଇ କିଛି ନକଲି କାଗଜପତ୍ରଗୁଡିକୁ ପୋଲିସ ଜବତ କରିଛି । ଅଭିଯୁକ୍ତମାନେ ଆରଟିଓ ଅଫିସ ନିକଟରେ ଏକ କାର ଭିତରେ ବସି ଦଲାଲି କରୁଥିବା ବେଳେ ପୋଲିସ ଚଢାଉ କରି ଗିରଫ କରିଥିବା ଜଣାପଡିଛି । ପୂର୍ବରୁ ପୋଲିସ ଚଢାଉ ବେଳେ ଏଠାରେ ୨୮ ଜଣ ଦଲାଲ ଗିରଫ ହୋଇଥିଲେ ।
next post