ଅପରାଧ

ଆରଟିଓ କାର୍ଯ୍ୟାଳୟ ନିକଟରୁ ୫ ଦଲାଲ ଗିରଫ

(ମହାଭାରତ, ରାଉରକେଲା): ରାଜ୍ୟ ସରକାର ସମସ୍ତ ଜିଲ୍ଲାର ଆରଟିଓ (ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ)ଗୁଡିକୁ ଦଲାଲ ମୁକ୍ତ ରଖିବା ପାଇଁ ଘୋଷଣା କରିଛନ୍ତି । ଏହି ଘୋଷଣାକୁ ଆଧାର କରି ରାଉରକେଲା ପୋଲିସ ୫ ଜଣ ଦଲାଲଙ୍କୁ ଗିରଫ କରିଛି । ଦଲାଲମାନେ ରାଉରକେଲା ଆରଟିଓ ଅଫିସ ବାହାରେ ଛିଡା ହୋଇ ଗାଡି ପଞ୍ଜିକରଣ ପାଇଁ ଦଲାଲି କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୨୨ ହଜାର ୭୦୦ ଟଙ୍କା ସମେତ ଗୋଟିଏ କାର, ଏକ ବାଇକ୍, ଏକ ସ୍କୁଟି ଓ ୬ଟି ମୋବାଇଲ ଫୋନ ଜବତ କରିଛି । ଏହାସହ ସେମାନଙ୍କ ଠାରୁ ଗାଡି ପଞ୍ଜିକରଣ ଓ ଲାଇସେନ୍ସ କରାଇଦେବା ନେଇ କିଛି ନକଲି କାଗଜପତ୍ରଗୁଡିକୁ ପୋଲିସ ଜବତ କରିଛି । ଅଭିଯୁକ୍ତମାନେ ଆରଟିଓ ଅଫିସ ନିକଟରେ ଏକ କାର ଭିତରେ ବସି ଦଲାଲି କରୁଥିବା ବେଳେ ପୋଲିସ ଚଢାଉ କରି ଗିରଫ କରିଥିବା ଜଣାପଡିଛି । ପୂର୍ବରୁ ପୋଲିସ ଚଢାଉ ବେଳେ ଏଠାରେ ୨୮ ଜଣ ଦଲାଲ ଗିରଫ ହୋଇଥିଲେ ।

Related posts

ଡୋପିଂ ଟେଷ୍ଟରେ ବିଫଳ ପାଇଁ ଏସୀୟ କ୍ରୀଡା ୨୦୧୪ ପଦକ ବିଜୟୀ ହାମର ଫିଙ୍ଗାଳୀ ମଞ୍ଜୁ ବାଲା ନିଲମ୍ବିତ

mahabharatanews

ପୁରୀ ସମୁଦ୍ରକୂଳରେ ଦିନ ଦ୍ବିପହରରେ ଛୁରା ମାଡ

mahabharatanews

ସ୍ମାର୍ଟ ସିଟିରେ ଝୁଲନ୍ତା ମୃତ ଦେହ ଉଦ୍ଧାର

mahabharatanews