ଓଡିଶା

ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ଜିଲ୍ଲାପାଳ

(ମହାଭାରତ, ଆସିକା): ଗଞ୍ଜାମ ଜିଲ୍ଲା ଆସିକା ଠାରେ ଏକ ରାସ୍ତା ଦୁର୍ଘଟଣାର ଶିକାର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଜଣେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ରବିବାର ସକାଳେ ଶେରଗଡ ମାରୁଡି ଛକରେ ଏକ ମୋଟର ସାଇକେଲ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ମୋଟର ସାଇକେଲ ଚାଳକ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଶେରଗଡରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିଲେ । ଦୁର୍ଘଟଣା ଘଟିଥିବା ଦେଖି ଜିଲ୍ଲାପାଳ ମାନବିକତା ଦେଖାଇ ନିଜ ଗାଡିରେ ଆହତ ବ୍ୟକ୍ତିଙ୍କୁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Related posts

ସେଲଫି ନେବାକୁ ଯାଇ ଯୁବକ ଗୁରୁତର

mahabharatanews

କରୋନା ଯୋଦ୍ଧାଙ୍କୁ ମାଡ଼ ଅଭିଯୋଗ

mahabharatanews

ସ୍ୱର୍ଗଦ୍ୱାରରେ ଶବଦାହ କଟକଣା ମାସେ ବଢିଲା

mahabharatanews