ଓଡିଶା

ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ଜିଲ୍ଲାପାଳ

(ମହାଭାରତ, ଆସିକା): ଗଞ୍ଜାମ ଜିଲ୍ଲା ଆସିକା ଠାରେ ଏକ ରାସ୍ତା ଦୁର୍ଘଟଣାର ଶିକାର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଜଣେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ରବିବାର ସକାଳେ ଶେରଗଡ ମାରୁଡି ଛକରେ ଏକ ମୋଟର ସାଇକେଲ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ମୋଟର ସାଇକେଲ ଚାଳକ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଶେରଗଡରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିଲେ । ଦୁର୍ଘଟଣା ଘଟିଥିବା ଦେଖି ଜିଲ୍ଲାପାଳ ମାନବିକତା ଦେଖାଇ ନିଜ ଗାଡିରେ ଆହତ ବ୍ୟକ୍ତିଙ୍କୁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Related posts

୩୧ ଯାଏ ବିଧାନସଭାକୁ ବନ୍ଦ ଘୋଷଣା କଲେ ବାଚସ୍ପତି

mahabharatanews

ନବଜ୍ୟୋତି କ୍ଳବ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

mahabharatanews

ଆସନ୍ତା ୨୪ ଘଣ୍ଟାରେ ୨୫ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

mahabharatanews