ଓଡିଶା

ହୋଟେଲରୁ ସେକ୍ସ ରାକେଟ ଠାବ

(ମହାଭାରତ, ବାରିପଦା): ବାରିପଦାର ୩ଟି ଲଜରୁ ସେକ୍ସ ରାକେଟ ଠାବ ହୋଇଛି । ଚଢାଉ କରି ୩୦ ଯୁବକଯୁବତୀଙ୍କୁ ଟାଉନ ଥାନା ପୋଲିିସ ଅଟକ ରଖିଛି । କିଛି ଦିନ ହେବ ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରେ ଥିବା କେତେକ ହୋଟେଲରେ ବେଆଇନ ଭାବେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇଥିଲା । ସୂଚନା ପାଇ ପୋଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଫଳରେ ୩ଟି ହୋଟେଲରେ ସେକ୍ସ ରାକେଟ ଚାଲିଥିବା ଜଣାପଡିଛି । ସେଠାରୁ ୩୦ ଜଣ ଯୁବକ ଯୁବତୀଙ୍କୁ ପୋଲିସ ଅଟକ ରଖିଛି । ଏହାସହ ୩ଟି ହୋଟେଲର ମ୍ୟାନେଜରଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଏହି ସେକ୍ସ ରାକେଟ ସମ୍ପର୍କରେ ହୋଟେଲ ମାଲିକଙ୍କର ସମ୍ପୃକ୍ତି ଅଛି ନା ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

Related posts

ଜିରୋ ନାଇଟ୍ ଭୋଜିରେ ଯୁବକଙ୍କୁ ପିଟି ହତ୍ୟା

mahabharatanews

ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଅନୁଧ୍ୟାନ

mahabharatanews

କୋଭିଡ ଗାଇଡଲାଇନମାନି ନୂଆଖାଇ ପାଳିବାକୁ ଏସଆରସିଙ୍କ ନିର୍ଦ୍ଦେଶ

mahabharatanews