ଓଡିଶାପର୍ବ ପର୍ବାଣି

ସଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଗବତୀ

ବାଣପୁର/ସୁଧିର କୁମାର ପାତ୍ର : ଓଡ଼ିଶାର ଅନନ୍ୟ ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀଙ୍କ ପୀଠ ଅନ୍ୟତମ। ମା’ ଭଗବତୀଙ୍କ ଷୋଡଶ ଦିନାତ୍ମକ ପୂଜା ଶେଷରେ ବିଜୟାଦଶମୀ ପାଳନ କରାଯାଏ। ଏହି ଦିନ ମାତୃଶକ୍ତିର ଜୟ ଜୟକାରରେ ଧରାପୃଷ୍ଟ ଝଙ୍କୃତ ହୁଏ। ଅସତ୳ ଉପରେ ସତ୍ୟର ବିଜୟ। ଅଧର୍ମ ଉପରେ ଧର୍ମର ବିଜୟ। ପାପ ଉପରେ ପୁଣ୍ୟର ବିଜୟ।ଅତ୍ୟାଚାର ଉପରେ ସଦାଚାରର ବିଜୟ ଏବଂ କ୍ରୋଧ ଉପରେ ଦୟା, କ୍ଷମାର ବିଜୟ। ମା’ ଆସୁରୀକ ଶକ୍ତିକୁ ପରାହତ କରି ସଂସାରରେ ଦୈବୀଶକ୍ତିର ପ୍ରତିଷ୍ଠା କରନ୍ତି। ଏଥିପାଇଁ ଏହାକୁ ବିଜୟାଦଶମୀ କୁହାଯାଏ। ବହୁ ପ୍ରତୀକ୍ଷିତ ଏହି ବିଜୟାଦଶମୀରେ ଆଜି ରାଜ ରାଜେଶ୍ୱରୀ ମା’ ଭଗବତୀ ସିଂହବାହିନୀ ବେଶରେ ତାଙ୍କ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଦଶହରା ଦିନ ଏହି ଦୁର୍ଲ୍ଲଭ ବେଶରେ ମା’ ଙ୍କର ଦର୍ଶନ ସୌଭାଗ୍ୟ ମିଳିଥିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଅଶେଷ ଆନନ୍ଦ ଭରିଉଠିଛି। ବାମ ପାଦ ସିଂହ ଉପରେ ଓ ଦକ୍ଷିଣ ପାଦ ମହିଷ ଉପରେ ମା’ ତ୍ରିଶୂଳ ଧାରଣ କରି, ମହିଷାସୁରକୁ ବଧ କରିବାର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର ଓ ଆନନ୍ଦଦାୟକ। ଏହି ବେଶରେ ମା’ଙ୍କ ଦର୍ଶନ ଲାଭକଲେ ସକଳ ଦୁଃଖ ଖଣ୍ଡନ ହୁଏ ବୋଲି ଲୋକମତ ଓ ବିଶ୍ୱାସ ରହିଛି। ଆଜି ସକାଳ ୮ ଘଟିକା ଠାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ଏହି ବେଶରେ ମା’ ଭଗବତୀ ଦର୍ଶନ ଦେବେ ବୋଲି ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ପ୍ରକାଶ।

Related posts

ବିଦେଶି ମଦ ଜବତ ପରେ ପୁଲିସ୍ ମଦ ଫୋପାଡି ଦେଲା

mahabharatanews

ପର୍ଯ୍ୟଟନ ସମ୍ଭାରର ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୧୭ କୋଟି ଟଙ୍କା

mahabharatanews

ରାଇସ ମିଲ ପ୍ରତିଷ୍ଠା ଲାଗି ପଞ୍ଜିକରଣ ଆବଶ୍ୟତା ନାହିଁ : ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ

mahabharatanews