Uncategorized

ଏନସିପି ବିଧାୟକ ପ୍ରକାଶ ସୋଲାଙ୍କିଙ୍କ ଇସ୍ତଫା ଘୋଷଣା

(ମୁମ୍ବାଇ): ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ପରେ ମେଣ୍ଟରେ ବିଦ୍ରୋହ ଦେଖାଦେଇଛି । ଏନସିପି ବିଧାୟକ ପ୍ରକାଶ ସୋଲାଙ୍କି ଇସ୍ତଫା ଦେବା ସମ୍ପର୍କରେ ଘୋଷଣା କରିଛନ୍ତି । ସେ ଆଉ ରାଜନୀତି ପାଇଁ ଯୋଗ୍ୟ ନ ଥିବା କହି ସନ୍ୟାସ ନେବା ଲାଗି ମନ ବଳାଇଛନ୍ତି । ସେ ପୂର୍ବରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନର ରାଜନୈତିକ ସ୍ଥିତି ତାଙ୍କ ଲାଗି ଉପଯୋଗୀ ନଥିବାରୁ ସେ ଏଭଳି ନିଷ୍ପତ୍ତି ନେବାକୁ ଚାହୁଁଥିବା କହିଛନ୍ତି । ତେବେ କ୍ୟାବିନେଟ ସମ୍ପ୍ରସାରଣ ସହ ତାଙ୍କ ଇସ୍ତଫାର କୌଣସି ସମ୍ପର୍କ ନଥିବା ସେ ସୂଚନା ଦେଇଛନ୍ତି ।

ଗତ ସୋମବାର ମହାରାଷ୍ଟ୍ରରେ ଉଦ୍ଧବ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ ହୋଇଥିଲା । ନୂଆ ମନ୍ତ୍ରୀ ମାନଙ୍କ ଶପଥ ଗ୍ରହଣ ପରେ ଗୋଟିଏ ପଟେ ଶିବସେନାର ଅନେକ ବିଧାୟକ ଅସନ୍ତୁଷ୍ଟ ଥିବା ଦେଖାଦେଇଛି । ଏପରିକି ଏନସିପିରୁ ଚାରି ଥର ବିଧାୟକ ହୋଇଥିବା ମହାରାଷ୍ଟ୍ରର ବୀଡ ଜିଲ୍ଲା ମଜଲଗାଓଁ ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରକାଶ ସୋଲାଙ୍କିଙ୍କୁ ମଧ୍ୟ ମନ୍ତିମଣ୍ଡଳରେ ସ୍ଥାନ ମିଳିନି । ଏହାପରେ ମଙ୍ଗଳବାର ସୋଲାଙ୍କି ବିଧାୟକ ପଦରୁ ଇସ୍ତଫା ଦେଇ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି । ଦୀର୍ଘ ୩୦ ବର୍ଷ ଧରି ରାଜନୀତି କରିବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ ଆମ ପରି ଲୋକଙ୍କ ପାଇଁଁ ସ୍ଥାନ ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରି ଏହି ଏନସିପି ବିଧାୟକ କହିଛନ୍ତି । ଉଲ୍ଲେଖଯୋଗ୍ୟ, ସୋଲାଙ୍କି ପୂର୍ବରୁ ଏନସିପି ଏବଂ କଂଗ୍ରେସ ସରକାରରେ ମନ୍ତ୍ରୀ ରହିସାରିଛନ୍ତି ।

Related posts

ସୋନଭଦ୍ରା ସୁନା: କେନ୍ଦ୍ରକୁ ଶଶିଙ୍କ ତାତ୍ସଲ୍ୟ

mahabharatanews

ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ବିଳମ୍ବ ହେବ

mahabharatanews

୨୭ ଲକ୍ଷ ଟପିଲା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୮୭୬ ଜଣଙ୍କ ମୃତ୍ୟୁ

mahabharatanews

Leave a Comment