(ମହାଭାରତ, ମୁଖୀଗୁଡା): ଇନ୍ଦ୍ରାବତୀ ଓଏଚପିସି ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ପରେ ତାଙ୍କର ଗଳିତ ଶବ ଉଦ୍ଧାର ସହ ପାରିପାଶ୍ୱର୍ିକ ଅବସ୍ଥାକୁ ନେଇ ମଙ୍ଗଳବାର ଏକ ସାଇଣ୍ଟିଫିକ ଟିମ୍ ଆସି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ହତ୍ୟାକାଣ୍ଡକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଅତିଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ ହେବ ବୋଲି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ସୋମବାର ଜେନରାଲ ମ୍ୟାନେଜରଙ୍କ ହତ୍ୟାକାରୀକୁ ଗିରଫ ଦାବି କରି ସ୍ଥାନୀୟ ଲୋକେ ଶବକୁ ଅଟକ ରଖିଥିଲେ । ପରେ ଏସ୍ପିଙ୍କ ହସ୍ତକ୍ଷେପ ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା । ଏହି ମାମଲାରେ ମୃତକ ମ୍ୟାନେଜରଙ୍କ ପତ୍ନୀ ପୋଲିସ ତଦନ୍ତ ଦାବି କରି ଏସପିଙ୍କ ଦ୍ୱାରସ୍ଥ ହେବା ପରେ ଏବେ ଘଟଣା ଭିନ୍ନ ମୋଡ ନେଇଛି ।
previous post
next post