ଓଡିଶା

ହାତୀ ଆକ୍ରମଣରେ ମହିଳା ମୃତ

(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଗୋଷାଣିପାଳରେ ହାତୀ ଆକ୍ରମଣରେ ବୁଧବାର ସକାଳେ ଜଣେ ମହିଳା ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ମହିଳା ଜଣକ ଗାଁ ନିକଟରେ ଥିବା ନଦୀ କୂଳକୁ ସକାଳେ ଶୌଚ ହେବାକୁ ଯାଇଥିଲେ । ହାତୀପଲ ଦେଖି ନଦୀ କୂଳରେ ଉପସ୍ଥିତ ଥିବା ଲୋକେ ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ ମହିଳା ଜଣକ କୁଆଡେ ଯାଇ ନପାରି ହାତୀ ହାବୁଡରେ ପଡି ଯାଇଥିଲେ । ଫଳରେ ଏକ ହାତୀ ତାଙ୍କୁ ଉଠାଇ କଚାଡି ଦେଇଥିଲା । ପରେ ହାତୀପଲ ଜଙ୍ଗଲକୁ ପଳାଇଥିଲେ । କିଛି ସମୟ ପରେ ଗାଁ ଲୋକେ ସେହି ସ୍ଥାନରେ ପହଞ୍ଚି ମହିଳାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ । ଏପରିକି ହାତୀପଲ ଦେଖି ଏଣେ ତେଣେ ଦୌଡାଦୌଡି କରିବା ସମୟରେ ଜଣେ ବ୍ୟକ୍ତି ଆହତ ହୋଇଥିବା ମଧ୍ୟ ଜଣାଯାଇଛି ।

Related posts

ଆଜି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ ମହାପ୍ରଭୁ

mahabharatanews

ଟ୍ରେନ ଲାଇନରେ ଶରୀର ଦୁଇ ଖଣ୍ଡ

mahabharatanews

ରାଜ୍ୟରେ ଶନିବାର, ରବିବାର ସଟଡାଉନ

mahabharatanews