ଓଡିଶା

ଓଏଚ୍ପିସି ମ୍ୟାନେଜରଙ୍କ ହତ୍ୟାକାରୀର ଗିରଫ ପାଇଁ ପୋଲିସର ସର୍ଚ୍ଚ ଅପରେସନ

(ମହାଭାରତ, ମୁଖୀଗୁଡା): ଇନ୍ଦ୍ରାବତୀ ଓଏଚପିସି ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ପରେ ତାଙ୍କର ଗଳିତ ଶବ ଉଦ୍ଧାର ସହ ପାରିପାଶ୍ୱର୍ିକ ଅବସ୍ଥାକୁ ନେଇ ମଙ୍ଗଳବାର ଏକ ସାଇଣ୍ଟିଫିକ ଟିମ୍ ଆସି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ହତ୍ୟାକାଣ୍ଡକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଅତିଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ ହେବ ବୋଲି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ସୋମବାର ଜେନରାଲ ମ୍ୟାନେଜରଙ୍କ ହତ୍ୟାକାରୀକୁ ଗିରଫ ଦାବି କରି ସ୍ଥାନୀୟ ଲୋକେ ଶବକୁ ଅଟକ ରଖିଥିଲେ । ପରେ ଏସ୍ପିଙ୍କ ହସ୍ତକ୍ଷେପ ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା । ଏହି ମାମଲାରେ ମୃତକ ମ୍ୟାନେଜରଙ୍କ ପତ୍ନୀ ପୋଲିସ ତଦନ୍ତ ଦାବି କରି ଏସପିଙ୍କ ଦ୍ୱାରସ୍ଥ ହେବା ପରେ ଏବେ ଘଟଣା ଭିନ୍ନ ମୋଡ ନେଇଛି ।

Related posts

କଳାକୌଶଳ ଦେଖାଇବେ ବାୟୁସେନାର ଫାଇଟର ଜେଟ୍‌ : ଏୟାର ଶୋ’ ପାଇଁ ଫୁଲ ଡ୍ରେସ ରିହର୍ସାଲ

mahabharatanews

ଆଣ୍ଡାମାନସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ

mahabharatanews

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ;’ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ କଲେ ହୋଟେଲବାଲା ଖୁସି ହେବେ’

mahabharatanews