(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଡ କାଞ୍ଜିଆ ଗାଁରେ ଚୋରି ହୋଇଛି । ଦୁର୍ବୃତ୍ତମାନେ ଏହି ଗାଁର ଜଣକ ଘରେ ବିଳମ୍ବିତ ରାତିରେ ପଶି ଚୋରି କରିଥିବା ଜଣାପଡିଛି । ସୂଚନା ଅନୁଯ।।ୟୀ, ଗତ ରବିବାର ରାତିରେ ଏହି ଗାଁର ମହେଶ୍ୱର ପ୍ରଧାନଙ୍କ ପରିବାର ସବୁଦିନ ପରି ରାତିରେ ଖାଇ ସାରି ଶୋଇବାକୁ ଯାଇଥିଲେ । ତେବେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ । କିନ୍ତୁ ଶଦ୍ଦ ଶୁଣି ସେ ଉଠିପଡିବାରୁ ସେମାନେ ଅନ୍ଧାରର ସୁଯୋଗ ନେଇ ସେଠାରୁ ଚମ୍ପଟ ହୋଇଥିଲେ । ପରେ ଏହି ଗାଁର ମହନ୍ତ ପରିଡାଙ୍କ ଘରେ କବାଟ ଭାଙ୍ଗି ପଶିଥିଲେ । ତାଙ୍କ ଝିଅ-ଜ୍ୱାଇଁ ଶୋଇଥିବା ଘରର ଦୁଆର ଭାଙ୍ଗି ଘରେ ପଶି ଏକ ହ୍ୟାଣ୍ଡବ୍ୟାଗରୁ ୮ ହଜାର ଟଙ୍କା ଓ ଅନ୍ୟ ଏକ ଭ୍ୟାନିଟି ବ୍ୟାଗରୁ ୨ ହଜାର ଟଙ୍କା ସହ ବ୍ୟାଙ୍କର ଏଟିଏମ ଓ ଚେକ୍ବୁକ୍ ନେଇ ଯାଇଛନ୍ତି । ସମସ୍ତେ ଶୋଇଥିବା ବେଳେ ଘରର ଜିନିଷପତ୍ର ଚୋରମାନେ ସତର୍କତା ସହ ବାହାରକୁ ଆଣି ଟଙ୍କା ପାଇବା ଆଶାରେ ଖେଳାଇ ଦେଇଥିଲେ । କିଛି ନ ପାଇବାରୁ ସେଗୁଡିକୁ ସେଠାରେ ଫିଙ୍ଗି ପଳାଇଥିଲେ । ସୋମବାର ଘରୁ ଚୋରି ହୋଇଥିବା ଜାଣି ଘରର ମୁରବୀ ପ୍ରଦୀପ୍ତ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
previous post
next post