specialଭାରତରାଜନୀତି

ଭାଇ-ଭଉଣୀଙ୍କୁ ବିପଦ ୪ ତାରିଖ

ଭାଇ-ଭଉଣୀଙ୍କୁ ବିପଦ ୪ ତାରିଖ । ପ୍ରଥମେ ଓଡିଶା, ଏବେ ପଶ୍ଚିମବଙ୍ଗ । ଓଡିଶାରେ ସେତେବେଳେ ବିଜେଡି, ଆଉ ପଶ୍ଚିମବଙ୍ଗରେ ଏବେ ଟି.ଏମ୍,ସି । କେବଳ ବର୍ଷ ଏବଂ ମାସ ଭିନ୍ନ ରହିଛି, କିନ୍ତୁ ତାରିଖ ପୁରା ସାମାନ୍ । ୪ ତାରିଖ । ଯେଉଁ ତାରିଖରେ ୨୪ ବର୍ଷର ବିଜେଡି ସରକାର ଓଡିଶାରୁ କ୍ଷମତାଚ୍ୟୁତ ହୋଇଥିଲା । ଆଉ ଏବେ ସେହି ୪ ତାରିଖରେ, ପଶ୍ଟିମବଙ୍ଗରେ ୧୫ ବର୍ଷର ଟି.ଏମ୍.ସି ସରକାର କ୍ଷମତାରୁ ଗଲା । ଓଡିଶାରେ ନବୀନ ଯାହା ଭୋଗିଥିଲେ, ଏବେ ପଶ୍ଚିମବଙ୍ଗରେ ମମତା ଭୋଗିଲେ । ଯାହାପରେ ଏବେ ସାଧାରଣରେ ଚର୍ଚ୍ଚା, ଭାଇ-ଭଉଣୀଙ୍କୁ ବିପଦ ୪ ତାରିଖ ।

ତେବେ ୪ ଜୁନ୍ ୨୦୨୪ରେ, ଓଡିଶା ରାଜନୀତିରେ ଘଟିଥିଲା ବିରାଟ ପରିବର୍ତ୍ତନ ।  ସାଧାରଣ ନିର୍ବାଚନର ଫଳାଫଳ ଯାହା ଆସିଥିଲା । ତାହା ଅନେକ ରାଜନୈତିକ ବିଶେଷଜ୍ଞଙ୍କ ଅଙ୍କକୁ ଭୁଲ୍ ପ୍ରମାଣିତ କରିଥିଲା । ଦୀର୍ଘ ୨୪ ବର୍ଷର ନିରବଚ୍ଛିନ ଭାବେ ସରକାର ଆସନରେ ବସିଥିବା ବିଜେଡି ଶାସନରେ, ଏହି  ଫଳାଫଳା ଯବନିକା ପକାଇଥିଲା । ଆଉ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୬ ଟର୍ମର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା । ବିରୋଧୀ ଦଳରେ ବସିଥିବା ବିଜେପି ହାତକୁ ସରକାର ଗଢିବାର ମୌକା ମିଳିଥିଲା । ଏବଂ ୨୪ ବର୍ଷ ଧରି ସରକାର ଆସନରେ ବସିଥିବା ବିଜେଡି, ଶେଷର ବିରୋଧୀ ଦଳ ଭାବରେ ତଳକୁ ଖସିଥିଲା ।

ଆଉ ଏବେ, ଅର୍ଥାତ୍ ୪ ମେ’ ୨୦୨୬ରେ । ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି । ନବୀନଙ୍କୁ ପରି ମମତା ମଧ୍ୟ ସମାନ ଦଶା ଭୋଗିଛନ୍ତି । ଯେଉଁ ବିଜେପି ଓଡିଶାରେ ବାଜିମାତ୍ କରିଥିଲା । ସେହି ବିଜେପି ଶେଷରେ ମମତାଙ୍କ ହାତରୁ ପଶ୍ଚିମବଙ୍ଗକୁ ମଧ୍ୟ ଛଡାଇନେଲା । ଆଉ ଲଗାତାର ଭାବରେ ୧୫ ବର୍ଷ ଧରି କ୍ଷମତାକୁ ଯାବୁଡି ଧରିଥିବା ମମତା, ଶେଷରେ ଗାଦିଚ୍ୟୁତ ହୋଇଛନ୍ତି । ୪ ଟର୍ମର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ, ସେତେ ଯେମିତି ତାଙ୍କର ପାଣିଫଟକା ପରି ଫାଟି ଯାଇଛି । ଆଉ ପଶ୍ଚିମବଙ୍ଗରେ ଟି.ଏମ୍.ସି ସରକାରର ଯୁଗ ସମାପ୍ତ ଘଟିଛି ।

Related posts

ପଶ୍ଚିମବଙ୍ଗରେ ବିଜେପି ପରବର୍ତ୍ତୀ ସରକାର ଗଠନ କରିବ

mahabharatanews

ବିଜେପି ସଂସଦୀୟ ବୋର୍ଡ ପୁର୍ନଗଠନ

mahabharatanews

ଯବାନ ଗୁଳିରେ ଟଳିଲେ ୬ନକ୍ସଲ

mahabharatanews