ଓଡିଶା

ବାଲ୍ୟବିବାହ ରୋକିଲେ ଚାଇଲଡ଼ ହେଲ୍ପ ଲାଇନ…

ଚାଇଲଡ଼ ହେଲ୍ପ ଲାଇନର ଟୋଲ ଫ୍ରେ ନମ୍ବର 1098 କୁ କଲ ଆସିଲା ଯେ   ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପରିଡା ଗ୍ରାମପଞ୍ଚାୟତର ଗୋଟିଏ ବାଲ୍ୟ ବିବାହ ହେବାକୁ ଯାଉଅଛି ।  ଏହି ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାକରିବା ସଙ୍ଗେ ସଙ୍ଗେ ଏକ ଦଳ ଗଠନ କରାଗଲା  ଗୁମ୍ମା ବ୍ଲକ ର ଆସିଡିଏସର ସିଡିପିଓ,, ଡିସିପିୟୁର ସଦସ୍ୟ ଚାଇଲଡ଼ ହେଲ୍ପ ଲାଇନର କେଶ ୱର୍କର , ସଖୀ କେନ୍ଦ୍ରର ସଦସ୍ୟା, ଆଭା NGO ସଦସ୍ୟା , ସେରଙ୍ଗ ଥାନା ଅଧିନରେ ଥିବା  ଗାଇବା ଫାଣ୍ଡିର ପୋଲିସ ଙ୍କ ସହ ମିଶି  ଏକ ଦଳ ଗଠନ  କରି ଉକ୍ତ ବିବାହ  ହୋଉଥିବା ସ୍ଥାନରେ  ପହଁଞ୍ଚିଲେ।

ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ଦେଖିବାକୁ ପାଇଲୁ ଯେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଆସିଥିବା ପୂରହିତ ଝିଅର ବିବାହର ପ୍ରକୃତ ବୟସ ହୋଇନି ବୋଲି ଜାଣି ବିବାହ ନକରି ବିବାହ ମଣ୍ଡପରୁ ଟିମ ଆସିବା ପୂର୍ବରୁ ପଳାୟନ କରିଥିଲେ ବାଲ୍ୟ ବିବାହକୁ ଜିଲ୍ଲା ପ୍ରଶାସନ ତରଫରୁ ରକାଯାଇଥିଲା। ବାଲ୍ୟ ବିବାହର ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ଜଣାଇଥିଲେ ଝିଅଟିର ବୟସ ୧୭ ବର୍ଷ ୯ମାସ ହୋଇଥିବାରୁ ଝିଅଟି କୁ ବିବାହ ସ୍ଥାନରୁ ଉଦ୍ଧାର କରି ଶିଶୁ କଲ୍ୟଣ ସମିତି ଗଜପତିରେ ଉପସ୍ଥାପନ କରାଯାଇଥିଲା।

 

  ଶିଶୁ କଲ୍ୟାଣ ସମିତି ଗଜପତି  ଶିଶୁ ଓ ତାଙ୍କ ପରିବାର ସଦସ୍ୟଠାରୁ  ସମସ୍ତ  ବିଷୟ ପଚାରି ବୁଝି ଥିଲେ । ପରେ ଶିଶୁ ଓ ତାଙ୍କ ପିତାମାତାଙ୍କୁ  ବାଲ୍ୟ ବିବାହ ଏକ ଅପରାଧ ବିଷୟରେ  ବୁଝାଇଥିଲେ ଅର୍ଥାତ ଝିଅର ବୟସ 18 ଓ  ପୁଅର ବୟସ 21 ବର୍ଷ ବିବାହ ପାଇଁ ଉପଯୁକ୍ତ ବୟସ ଅଟେ ବୋଲି ଜଣାଇଥିଲେ। ପରିବାର ସଦସ୍ୟ ଏ  ବିଷୟରେ ବୁଝିବା ପରେ ପରିବାର ସଦସ୍ୟ ଶିଶୁର 18 ବର୍ଷ ପୂର୍ବରୁ ବିବାହ ଦେବେ ନାହି ବୋଲି  ଲିଖିତ ଭାବରେ ଜଣାଇବା ପରେ ଶିଶୁଙ୍କୁ ତାଙ୍କର  ମାତାଙ୍କୁ  ହସ୍ତାନ୍ତର କରିଥିଲେ ।

Related posts

ଅଚାନକ ନିଖୋଜ ସ୍ତ୍ରୀ , ସ୍ୱାମୀ ଥାନାର ଦ୍ୱାରସ୍ଥ

mahabharatanews

ହୋଟେଲ ‘ ନିମନ୍ତ୍ରଣ’ରେ ଟଙ୍କା ଘୋଟାଲା

mahabharatanews

ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ

mahabharatanews