Uncategorized

କିଚେନ ଗାର୍ଡେନରେ ଲଗାନ୍ତୁ ଏହିସବୁ ଗଛ

(ମହାଭାରତ): ଗଛଲତା ସମସ୍ତଙ୍କୁ ଭଲ ଲାଗିଥାଏ । ଯେଉଁ ସ୍ଥାନରେ ଗଛଲତା ପରିପୂର୍ଣ୍ଣ ରହିଥାଏ,ସେଠାରେ ଶୁଦ୍ଧ ବାୟୁ ସହିତ ଅମ୍ଳଜାନ ଭରପୂର ରହିଥାଏ । ବିନା ବୃକ୍ଷଲତାରେର ଆମ ଜୀବନ ନିର୍ଥକ । ବୃକ୍ଷ ଆମକୁ ଆହାର ଦେବା ସହିତତ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନ ମଧ୍ୟ ଦେଇଥାଏ । କିନ୍ତୁ କିଛି ହର୍ବାଲ ଗଛ ରହିଛି,ଯାହାକୁ ଆପଣ କିଚେନ ଗାର୍ଡେନରେ ଲଗାଇପାରିବେ । ଯାହା ଆପଣଙ୍କ କିଚେନର ସୁନ୍ଦରତା ବଢାଇବା ସହିତ ଖାଦ୍ୟର ସ୍ୱାଦ ମଧ୍ୟ ବଢାଇବ । ଏହାସହିତ ଆପଣ ମଧ୍ୟ ସୁସ୍ଥ ରହିବେ ।

ପୁଦିନା: ଏହାକୁ ଲଗାଇବା ବହୁତ ସହଜ । ପୁଦିନା ପତ୍ରକୁ କାଢି ପୁଣି ଥରେ ଏହାର ଚେରକୁ ଲଗାଇ ଦିଅନ୍ତୁ । ଏହା ଅଳ୍ପ ଦିନରେ ପୁଣି ଥରେ କଅଁଳିବା ଆରମ୍ଭ କରିବ । ଏହା ଆପଣଙ୍କ ଖାଦ୍ୟର ସ୍ୱାଦକୁ ମଧ୍ୟ ବଢାଇବ ।

ରୋଜମେରୀ: ଏଥିରେ ଆଇରନ,କ୍ୟାଲସିୟମ ଏବଂ ଭିଟାମିନ ବି ୬ ଭରପୂର ମାତ୍ରାରେ ରରହିଥାଏ । ରୋଜମେରୀରେ ଏଭଳି ତତ୍ତ୍ୱ ରହିଥାଏ, ଯାହା ଆପଣଙ୍କ ଏକାଗ୍ରତା ବଢାଇଥାଏ । ଏହାକୁ ଆପଣ ପିଜା କିମ୍ବା ପାସ୍ତାରେ ବ୍ୟବହାର କରିପାରିବେ । କଞ୍ଚା ଲଙ୍କା,ଧନିଆ ପତ୍ର, ଅରିଗାନୋ, ପାର୍ସଲେ ଇତ୍ୟାଦି ଗଛ ଆପଣ କିଚେନ ଗାର୍ଡେନରେ ଲଗାଇପାରିବେ । ଯାହା ଆପଣଙ୍କ କିଚେନକୁ ସୁନ୍ଦର କରିବା ସହିତ ଖାଦ୍ୟର ସ୍ୱାଦ ବଢାଇଥାଏ ।

Related posts

ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର, ୩ ଆତଙ୍କୀ ନିହତ

mahabharatanews

୮୬% ଟୀକା ନେବା ପରେ କରୋନାରେ ସଂକ୍ରମିତ

mahabharatanews

ପୋଲିସ କର୍ମୀଙ୍କୁ ବିକ୍ଷୋଭକାରୀଙ୍କ କବଳରୁ ବଞ୍ଚାଇଲେ ମସୁଲିମ୍ ଯୁବକ

mahabharatanews