ଓଡିଶା

କୋଡିଙ୍ଗାମାଳି ପର୍ବତରୁ ଖଣି ଖନନ ବିବାଦ

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳି ପର୍ବତରୁ ଖଣିଖନନକୁ ନେଇ ବିବାଦ ଥମୁନି । ବିବାଦରେ ଛନ୍ଦି ହୋଇଯାଇ ମୈତ୍ରୀ ଇନଫ୍ରା କମ୍ପାନୀ । କୋଡିଙ୍ଗାମାଳି ପର୍ବତରୁ ଖଣି ଖନନ କରିବା ପାଇଁ ସପକ୍ଷବାଦୀ ଅଛନ୍ତି ଓ ବିପକ୍ଷବାଦୀ ଅଛନ୍ତି । ଏହି ଦୁଇ ସପକ୍ଷବାଦୀ ବିପକ୍ଷବାଦୀଙ୍କ ବିବାଦ ପାଇଁ ଖଣି ଖନନ ବନ୍ଦ ଅଛି । ଖଣି ଖନନ ଓ ପରିବହନ କାର୍ଯ୍ୟରେ ନିୟୋଜିତ ଠିକାଦାର ଅଞ୍ଚଳରେ ଭାଇଚାରା ନଷ୍ଟ କରି ଅଞ୍ଚଳରେ ଦାଦାଗିରି ଗୁଣ୍ଡାଗିରି, ଆଦୀବାସୀ ଦଳିତ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କୁ ଜୀବନରେ ମାରିଦେବାକୁ ମୈତ୍ରୀ କମ୍ପାନୀର ପିଏଚଓ ଏବଂ ଏଚଆର ଝଗଡା କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ସପକ୍ଷବାଦୀ କୋଡିଙ୍ଗା ମାଳି ସୁରକ୍ଷ।। ମଞ୍ଚର ପରିବାର ବର୍ଗ ଭୟଭୀତ । ସେମାନଙ୍କ ମା’ ଭଉଣୀଙ୍କୁ ଉଠାଇ ନେବାକୁ କୁହାଯାଇଥିବାରୁ ଏହି ସପକ୍ଷବାଦୀ ପରିବାରର ମହିଳାମାନେ ବାହାରକୁ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଅପରପକ୍ଷରେ ପଲ୍ଲୀ ସଭା କରି ନିଷ୍ପତ୍ତି ନିଆଯାଇଛି କି ହିଣ୍ଡାଲକୋ କମ୍ପାନୀ ସ୍ଥାପିତ ନ ହେବା ପର୍ଯ୍ୟନ୍ତ ଖଣି ଖନନ ବନ୍ଦ ରହିବ । ତେଣୁ ପାହାଡ ଉପରେ ଥିବା ମେସିନଗୁଡିକୁ ହଟାଯାଉ ବୋଲି ମୈତ୍ରୀ କମ୍ପାନୀର କୋଡିଙ୍ଗାମାଳି ସୁରକ୍ଷା ମଞ୍ଚର ସଭାପତି ପ୍ରଦୀପ ବାଘଙ୍କ ନେତୃତ୍ୱରେ ଲକ୍ଷ୍ମୀପୁର ବ୍ଲକର ୫ଟି ପଞ୍ଚାୟତର ଲୋକେ ଏକ ଶୋଭାଯାତ୍ରାରେ ବାହାରି ମୈତ୍ରୀ କମ୍ପାନୀକୁ ହଟାଯାଉ ଇଣ୍ଟାଇକୋ କମ୍ପାନୀ ସ୍ଥାପନ କରାଯାଉ ବୋଲି ସ୍ଲୋଗାନ ଦେଇ ଜିଲ୍ଲାପାଳ ଓ କୋରାପୁଟ ଜିଲ୍ଲା ଅରକ୍ଷୀ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ । ଅଭିଯୋଗକୁ ଆଧାର କରି ତଦନ୍ତ କରିବା ପାଇଁ ଜିଲ୍ଲାପାଳ ମଧୁସୂତନ ମିଶ୍ର ଏବଂ ଆରକ୍ଷୀ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଯଦି ଦଶ ଦିନ ମଧ୍ୟରେ ସମାଧାନ ନ ହୁଏ ତେବେ ଖଣି ରାସ୍ତା ବନ୍ଦ କରିବାକୁ ମଞ୍ଚର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।

Related posts

ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା

mahabharatanews

ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ, ୩୦ ଆହତ

mahabharatanews

ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବା ନିଷ୍ପତ୍ତି ରଦ୍ଦ ହୋଇଛି

mahabharatanews