ଓଡିଶା

ଗାଡି ଧକ୍କାରେ ଜଣେ ମୃତ, ୧ ଗୁୁରୁତର

(ମହାଭାରତ, କାମାକ୍ଷାନଗର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଲୋକନାଥପୁର ଶାସନ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ କାମାକ୍ଷାନଗର ଥାନା ଜଗନ୍ନାଥପୁର ଗାଁର ଉଦୟ ମଲ୍ଲିକ ଓ ଗୁରୁତର ଯୁବକ ଜଣକ ସେହି ଗାଁର ଟୁନା ମଲ୍ଲିକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଉଭୟେ ନିଜ ଗାଁରୁ ଏକ ବାଇକ୍ ଯୋଗେ ଯାଜପୁରର ଡୁବୁରି ଯାଉଥିଲେ । ସେଠାରେ ଥିବା ଏକ ଖଣିର ଗାଡି ଚଳାଇବାକୁ ଯାଉଥିବା ଜଣାଯାଇଛି । ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଏକ କାର ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଦୟଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ହୋଇଥିବା ଟୁନାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ତାଙ୍କ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଖବର ପାଇ ପୋଲିସ ଏନେଇ ଛାନଭୀନ ଆରମ୍ଭ କରିଛି ।

Related posts

 ରାଜ୍ୟରେ ଘନ କୁହୁଡ଼ି,ଗାଡ଼ି ଚଳାଚଳ ବାଧାପ୍ରାପ୍ତ 

mahabharatanews

କାଳବୈଶାଖୀ ପ୍ରଭାବ : ୨୦ ଜିଲ୍ଲାରେ  ସତର୍କ ସୂଚନା ଜାରି 

mahabharatanews

ଏଥର ରେଡ୍ ପିଚରେ ଖେଳାଯିବା ମ୍ୟାଚ୍

mahabharatanews