ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ବହୁ ପ୍ରାଚୀନ ଭକ୍ତ ମାନଙ୍କର ଅଭୀବ୍ୟକ୍ତି ଅନୁଯାୟୀ ତଥା ଆଞ୍ଚଳିକ ଲୋକକଥା ଅନୁଶାରେ, ସନ ୧୫୨୫ ମସିହା ମହାଳୟା ଦିନ ପଦ୍ମାବତୀ ନଦୀ କୂଳରେ କଟରପଡାର ଆମ୍ର ତୋଟା ମଧ୍ୟରେ ଥିବା ବହୁ ପ୍ରାଚୀନ,ଚାଳଘରର ଶ୍ରୀଜଗନ୍ନାଥ ମନ୍ଦିରରେ, ମହାଳୟା ଦିନ ପଞ୍ଚସଖା ମାନେ ଭକ୍ତ ମାନଙ୍କ ସହିତ ପଦ୍ମାଵତୀ ନଦୀର କଟରପଡାସ୍ଥିତ ଅଚ୍ୟୁତଘାଟ ଠାରେ ଵୁଡ ପକାଇ ପିତୃପୁରୁଷଙ୍କୁ ଏବଂ ମାତୃପୁରୁଷଙ୍କୁ ପିଣ୍ଡଦାନ ସାରିଲା ପରେ ସେହି ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସତସଙ୍ଗ କରି ମହାପୁରୁଷ ଅଚ୍ୟୁତାନନ୍ଦ ପ୍ରଥମ କରି “ଭବିଷ୍ୟତ ମାଳିକା ରଚନା” ୧୬ ବର୍ଷ ବୟସରେ ଆରମ୍ଭ କରିଥିଲେ, ଶ୍ରୀଜଗନ୍ନାଥ ସଂସ୍କୃତିର ସପ୍ତସଖା ଏକତ୍ରିତ ହୋଇ ଭବିଷ୍ୟତ ମାଳିକା ରଚନାର ଶୁଭାରମ୍ଭ ହୋଇଥିଲା, ପଞ୍ଚସଖାଙ୍କ ସହିତ ଅଚ୍ୟୁତାନନ୍ଦଙ୍କ ଭକ୍ତ ମାନଙ୍କ ଉପସ୍ଥିତିରେ ମାଳିକା ରଚନା ଆରମ୍ଭ ହୋଇ ଥିଲା ଏବଂ ଦିବ୍ୟ ସଂଯୋଗ ବଶତଃ ଶହ ଶହ ବର୍ଷ ପରେ ଏହି ଦିନ ୧୯୨୫ ମସିହା ମହାଳୟା ଦିନରେ “ଦ୍ବିତୀୟ ଶ୍ରୀଚୈତନ୍ୟ ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ” କଟରପଡା ଠାରେ ଜନ୍ମ ଗ୍ରହଣ କରିଥିଲେ, ସେହି ଦିନକୁ ସ୍ମରଣୀୟ କରିବା ପାଇଁ ଦ୍ବିତୀୟ ଶ୍ରୀଚୈତନ୍ୟ ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ ଓ ଭାନୁମତୀ ଦେବୀ ସ୍ମୃତି ସଂସଦ” ତରଫରୁ ୨୦୨୫ ମସିହା ମହାଳୟା ଦିନ “ଦ୍ବିତୀୟ ଶ୍ରୀଚୈତନ୍ୟ ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ” ଙ୍କର ଜନ୍ମ ଶତବାର୍ଷିକୀ ତିନି ବର୍ଷ ଧରି,୨୦୨୫ ମହାଳୟା ଠାରୁ ୨୦୨୮ ମହାଳୟା ପଯ୍ୟନ୍ତ ପାଳନ କରାଯାଉଅଛି। ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଠାରେ ନାମାଚାର୍ୟ ଯଦୁମଣି ସ୍ବାଇଁ ଙ୍କ ୧୦୧ ତମ ଜୟନ୍ତୀ ପାଳିତ ହୋଇଛି।

ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ, ଜଗନ୍ନାଥ ମହାପ୍ରଭୁଙ୍କର ଜଣେ ସମର୍ପିତ ଭକ୍ତ ଥିଲେ, ନିଜ ଜୀବନ କାଳ ମଧ୍ୟରେ ଗ୍ରାମାଞ୍ଚଳ ମାନଙ୍କରେ ୧୦୮ ଗୋଟି ନାମ ସଂକୀର୍ତ୍ତନ ମଣ୍ଡଳୀ ଗଠନ କରି ହରି ନାମ ଏବଂ ଶ୍ରୀଜଗନ୍ନାଥ ମହାମନ୍ତ୍ର- “ॐ ଜୟ ଜଗନ୍ନାଥ” ଶ୍ରୀଜଗନ୍ନାଥ ମହାମନ୍ତ୍ର ନାମ ର ପ୍ରଚାର ପ୍ରସାର ଓ ବିକାଶ ପାଇଁ ନିରନ୍ତର ନିଜକୁ ଉତ୍ସର୍ଗ କରୁଥିଲେ, ପରିବାର, ପିଲା ଛୁଆ ଘର ସଂସାର ସବୁ କିଛିଙ୍କୁ ଉପଯୁକ୍ତ ମାର୍ଗଦର୍ଶନ,ଦିଗଦର୍ଶନ ଓ ସଂସ୍କାର ଦେବା ସହିତ ପ୍ରତ୍ୟେକଟି ମଣିଷ ମନରେ ଶାନ୍ତି ଆଉ ଆନନ୍ଦ ଟିକେ ଭରି ଦେବା ପାଇଁ ସେ ନିରନ୍ତର ପ୍ରଚେଷ୍ଟା କରୁଥିଲେ, ସେ ଜଣେ ଦକ୍ଷ ମୃଦଙ୍ଗ ବାଦକ ଥିଲେ, ବାୟକ ହିସାବରେ ତାଙ୍କର ଅନେକ ସୁନାମ ଥିଲା, ସମସ୍ତ ପ୍ରକାରର ବାଦ୍ୟଯନ୍ତ୍ର ବଜାଇବାରେ ତାଙ୍କର ଅଶେଷ ପାରଦର୍ଶିତା ଥିଲା, ସନ ୧୯୩୫ ମସିହା ଠାରୁ ୧୯୮୫ ମସିହା ପର୍ଯ୍ୟନ୍ତ ଦୀର୍ଘ ୫୦ ବର୍ଷ ଧରି ସମଗ୍ର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହରି ନାମର ପ୍ରଚାର ପ୍ରସାର, ଅଷ୍ଟ ପ୍ରହରୀ, ଚତୁର୍ଥ ପ୍ରହରୀ, ଚବିଶି ପ୍ରହରୀ, ତ୍ରିଦିବସୀୟ ଅଖଣ୍ଡ ନାମଯଜ୍ଞରେ ବିଭିନ୍ନ ନାମ କୀର୍ତ୍ତନ ମଣ୍ଡଳୀ ସହିତ ଯୋଗଦାନ କରିନ୍ତି, ତାଙ୍କର ଅନୁଗାମୀ ମାନଙ୍କ କହିବା ମୁତାବକ ତଥା ମୁଁ ମଧ୍ୟ ତାଙ୍କ ମୁଖରୁ ଶୁଣିଛି “ଦ୍ବିତୀୟ ଶ୍ରୀଚୈତନ୍ୟ ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ” ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହରି ନାମ କୀର୍ତ୍ତନ ମଣ୍ଡଳୀ ଗଠନ କରି ହରି ନାମର ପ୍ରଚାର ପ୍ରସାର ଓ ବିକାଶ ଦିଗରେ ତଥା ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ଓ ଶ୍ରୀଜଗନ୍ନାଥ ମହାମନ୍ତ୍ରର ପ୍ରଚାର ପ୍ରସାର ଓ ବିକାଶ ପାଇଁ ନିରନ୍ତର ଉଦ୍ୟମ କରୁଥିଲେ। ଗାଁ ଗହଳିର ଭୋକିଲା ଖଟିଖିଆ ଦିନ ମଜୁରିଆ ମାନେ ଅଭାବ ଭିତରେ ମଧ୍ୟ କିପରି ହରି ନାମ ରସ ପାନ କରି ଆତ୍ମ ତୃପ୍ତି ଆଉ ଆନନ୍ଦ ଲାଭ କରି ପାରିବେ ସେଥିପାଇଁ ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ ଶତତ ଉଦ୍ୟମ କରୁଥିଲେ, ଯଥାର୍ଥରେ ସେଥିପାଇଁ ତାଙ୍କୁ ସନ ୧୯୬୧ ମସିହାରେ ଶ୍ରୀଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ପୁରୀ ଠାରେ ଦ୍ବିତୀୟ ଶ୍ରୀଚୈତନ୍ୟ ଉପାଧି ପ୍ରଦାନ କରାଯାଇଥିଲା।
