(ମହାଭାରତ, ନିମାପଡା): ପୁରୀ ଜିଲ୍ଲା ନିମାପଡା ବ୍ଲକ ଭୋଦର ପଞ୍ଚାୟତର ଜୁଣୁପୁର ଗାଁର ଗୋଠପଡିଆ ଠାରେ ଯାଦବ ପରିବାର ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଅନ୍ତର୍ଗତ ବିଭିନ୍ନ ଗାଁର ଯାଦବ ପରିବାର ଯୋଗ ଦେଇଥିଲେ । ବ୍ରହ୍ମଗିରି, କୋଣାର୍କ, ଗୋପ, ପୁରୀ, ନିମାପଡା, ସତ୍ୟବାଦୀ, ପିପିଲି ଆଦି ଅଞ୍ଚଳରୁ ଯାଦବ ଜାତିକୂଳର ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚାସିନ ଅତିଥି ଭାବେ ସଚିକାନ୍ତ ବେହେରା ଯୋଗ ଦେଇ ମଞ୍ଚ ପରିଚାଳନା କରିଥିଲେ । ସଭାରେ ଯାଦବ ପରିବାରଗୁଡିକର ବିଭିନ୍ନ ସମସ୍ୟା ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ମହିମା ଉପରେ ଆଲୋଚନା କରାଯାଇଥିଲା । ପ୍ରତିବର୍ଷ ଗୋଠପଡିଆ ଠାରେ ଯାଦବକୂଳ ପକ୍ଷରୁ ଆୟୋଜିତ ଏହି ସଭାରେ ଯାଦବ ପରିବାର ମାନେ ଏକତ୍ରିତ ହୋଇ ଶଂଙ୍ଖ ଓ ବଂଶୀ ବଜାଇ ଅବିରରେ ଖେଳି ଶ୍ରୀକୃଷ୍ଣଙ୍କ ପୂଜା କରିବା ସହ ପ୍ରସାଦ ସେବନ କରିଥାନ୍ତି । ଗୋଠପଡିଆ ଠାରେ ଏହି ଉତ୍ସବ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବାରୁ ଏହାର ଉନ୍ନତି ପାଇଁ ଚଳିତବର୍ଷ ଜୁଣୁପୁର କମିଟି ସଭାପତି ଓ ପୁରୀ ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଶରତଚନ୍ଦ୍ର ବେହେରାଙ୍କ ଉଦ୍ୟମରେ ଏଠାରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହି ଅବସରରେ ଏଠାରେ ଯାଦବ କୂଳର ବହୁ ପୁରୁଷ ଓ ମହିଳାଙ୍କ ସମେତ ନିମନ୍ତ୍ରିତ ଅତିଥି ଭାବେ ପୁରୀ ଜିଲ୍ଲା ଯାଦକ କମିଟି ସଭାପତି ଗୋପାଳ ଚନ୍ଦ୍ର ବେହେରା, ସମ୍ପାଦକ ଦିଗମ୍ବର ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।