ଓଡିଶା

ସ୍କ୍ରବ୍ ଟାଇଫସ୍ ଆତଙ୍କ;  ସୁନ୍ଦରଗଡ଼ରେ ସଂଖ୍ୟା ୨୨୧କୁ ବୃଦ୍ଧି 

(ଭୁବନେଶ୍ୱର) : ଡେଙ୍ଗୁ ପରେ କାୟା ମେଲାଉଛି ସ୍କ୍ରବ୍ ଟାଇଫସ୍ । ବିଶେଷ କରି ସୁନ୍ଦରଗଡ଼ରେ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ସଂଖ୍ୟା । ପୁଣି ଆଉ ୧୦ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଚିହ୍ନଟ । ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୨୨୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ସୂଚନାନୁଯାୟୀ, ଏହି ରୋଗ କୀଟ ଦଂଶନରୁ ହୋଇଥାଏ । ଯେଉଁଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ସୃଷ୍ଟି କରାଯାଉଛି । ଜଙ୍ଗଲର ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଔଷଧ, ଟେଷ୍ଟିଂ ବ୍ୟବସ୍ଥା ମଧ୍ୟ କରାଯାଉଛି ।

Related posts

ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ: ଡିଏମଇଟି

mahabharatanews

୧୫ରୁ ସିବିଏସଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

mahabharatanews

କେନାଲରେ ବୁଡିଗଲେ ଯୁବକ

mahabharatanews