ଓଡିଶା

ଘରେ ପଶି ଦୁର୍ବୃତଙ୍କ ତୁମୁଳକାଣ୍ଡ

ରାୟଗଡା: ରାତି ଅଧରେ କିଛି ଦୁର୍ବୃତ ଘରେ ପଶି ନିଆଁ ଲଗାଇ ଦେଇଛନ୍ତି । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲାରେ । ଘଟଣା ପରେ ପୁଲିସ ଏହାର ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ରାୟଗଡ ରିଂ ରୋଡ ସ୍ଥିତ ଭାମସି କ୍ରିଷ୍ଣା ପଂସନ ହଲ ଛକ ନିକଟରେ ଜୟନ୍ତୀ ଜାମୁଡା ଏକ ଫ୍ୟାନ୍ସି ଦୋକାନ ଦେଇ ଗୁଜୁରାଣ ମେଣ୍ଟାନ୍ତି । ଗତକାଲି ସେ ଦୋକାନ ବନ୍ଦ କରି ଦୋକାନ ନିକଟରେ ଥିବା ତାଙ୍କ ଘରକୁ ଯାଇଥିଲେ । ରାତିରେ ଶୋଇବା ପରେ କିଛି ଦୁର୍ବୃତ ଘରେ ପଶି ଥିଲେ । ଦୁର୍ବୃତଙ୍କୁ ଦେଖି ପୋଷା କୁକୁର ଭୋକିବାରୁ ଦୁର୍ବୃତ କୁକୁରକୁ ପାଚେରୀ ଡେଇଁ ତାକୁ ଫିଙ୍ଗି ଦେବା ସହ ଘର ବାହାରେ ଥିବା ସ୍କୁଟି ଓ ୨ଟି ସାଇକେଲକୁ ପୋଡି ଦେଇଥିଲେ । ଏନେଇ ଜୟନ୍ତୀ ରାୟଗଡା ଥାନାରେ ଏକ ଏତଲା ଦେଇଛନ୍ତି ଓ ପୁଲିସ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ଡଗ ସ୍କ୍ୱାର୍ଡ ପହଞ୍ôଚ ତଦନ୍ତ ଚଳାଇଛି ।

Related posts

ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

mahabharatanews

ରାଜ୍ୟରେ ବଢୁଛି ଶୀତ, ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ 

mahabharatanews

ସ୍କୁଲ ପିଲାଙ୍କୁ ରାସ୍ତାରେ ଆଣ୍ଠେଇ ମଦ୍ୟପ ଶିକ୍ଷକ ବହିଷ୍କୃତ

mahabharatanews