ଓଡିଶା

ଚମ୍ପାଦେବୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଓଉପଡା ଗାଁର ମା ଚମ୍ପାଦେବୀ ପୀଠରେ ୧୫ ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ପଣ୍ଡିତଙ୍କ ଦ୍ୱାରା ଅଭିଶେକମନ୍ତ୍ରିତ ଜଳ ଯଜ୍ଞସ୍ଥଳରେ ସ୍ଥାପନ କରାଯାଇଥିଲା । ରତ୍ନାକର କୋଦମାସିଂହଙ୍କ ତତ୍ତ୍ୱାବଧାନରେ ତତ୍ତ୍ୱାବଧାନରେ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗାଁରେ ଥିବା ପଦ୍ମ ପୋଖରୀରେ ୭ ଜଣ ଯୁବକ ଘଟ ବୁଡାଇଥିଲେ । ଯଜ୍ଞର ମୁଖ୍ୟ ପୁରୋଧା ମଦନ ମୋହନ ମିଶ୍ର, ପୂଜକ ବିଶ୍ୱନାଥ ରଣା ଯଜ୍ଞ କାର୍ଯ୍ୟ କରିଥିଲେ । ପୂର୍ଣ୍ଣାହୁତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ ହୋଇଥିଲା । ଏହି ଅବସରରେ ଗାଁର ସଂକୀର୍ତ୍ତନ ଦଳ ନାମ ସଙ୍କୀର୍ତ୍ତନ କରିଥିଲେ ।

Related posts

ଖୋଲିଲା ଆଉ ୪ଟି ଗେଟ 

mahabharatanews

ପୁରୀରେ ସ୍କ୍ରବଟାଫସ୍ ଆତଙ୍କ ; ୧୨୦ ପଜିଟିଭ୍ ଚିହ୍ନଟ

mahabharatanews

ସାଲିଆ ସାହିରେ ଦନ୍ତା ଆତଙ୍କ

mahabharatanews

Leave a Comment