ଓଡିଶା

ରେଳ ଦୁର୍ଘଟଣା : ରେଲୱେ ବୋର୍ଡ ଚେୟାରମ୍ୟାନ ଓ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍

(ବାଲେଶ୍ଵର) :  ବାଲେଶ୍ୱର ବାହାନଗା  ରେଳ ଦୁର୍ଘଟଣାକୁ ଦେଢ଼ ମାସ ପୂରିଯାଇଥିଲେ ମଧ୍ୟ ସେ କରାଳ କେ ରାତି ଦୃଶ୍ୟ ମନରୁ ଲିଭିନି । ଏହି ଘଟଣାରେ ୭ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଝିଥିବା ବେଳେ ଆଜି ରେଲୱେ ବୋର୍ଡର ଚେୟାରମ୍ୟାନ ଓ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ନୋଟିସ ମିଳିଛି । ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଏକ ପିଟିସନ ଆଧାରରେ ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି NHRC ।

ସୂଚନାନୁଯାୟୀ ,ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ଗତ ଜୁନ୍‌ ୨ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ଥିଲା। ତେଣୁ ରେଳବାଇ ସେମାନଙ୍କୁ ମଧ୍ୟ ନିଲମ୍ବନ କରିଛି।

 ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୦୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ।

Related posts

ରେଳ ଲାଇନକୁ ଉପରକୁ ଚଢ଼ିଗଲା ଏକ ବସ୍

mahabharatanews

ସ୍ୱର୍ଣ୍ଣାଭ ବେଳାଭୂମିରେ ୱାଲ୍ଡ ଏକ୍ସପୋ

mahabharatanews

ଗଣତନ୍ତ୍ର ମନ୍ଦିର ସମ୍ମୁଖରେ ଆତ୍ମଦାହ ଉଦ୍ୟମ ଅପରାଧ: ଡିସିପି

mahabharatanews