ଓଡିଶା

ଜରଡାରେ ବିଶ୍ୱ କଲ୍ୟାଣ ମହାଯଜ୍ଞ ଆରମ୍ଭ

(ମହାଭାରତ, କଣିହାଁ): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଅନ୍ତର୍ଗତ ଜରଡା ଗ୍ରାମେଶ୍ୱରୀ ପୀଠରେ ଶନିବାର ଠାରୁ ବିଶ୍ୱକଲ୍ୟାଣ ମହାଯଜ୍ଞ ଓ ଧର୍ମ ସଭା ଅନୁଷ୍ଠିତ ହୋଇଛି । ଶନିବାର ଏହି ଉତ୍ସବର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଯଜ୍ଞାଙ୍କୁର ରୋପଣ, ଶାଳା ପ୍ରତିଷ୍ଠା, କଳସ ଯାତ୍ରା ଓ ଅଗ୍ନି ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ଗାଁର ବହୁ ବରିଷ୍ଠ ନାଗରିକ ଓ ଶତାଧିକ ପୁରୁଷ ମହିଳା କଳସଯାତ୍ରାରେ ସାମିଲ ହୋଇଥିଲେ । ଜରଡା ନୂଆବନ୍ଧରୁ ଶତାଧିକ ମାନସିକଧାରୀ କଳସୀରେ ପାଣି ଆଣି ଗାଁ ପରିକ୍ରମା କରିଥିଲେ । ସାମ୍ପ୍ରତିକ ସମାଜରେ ଘଟିଯାଉଥିବା ଦୈବୀ ଦୃର୍ବିପାକ ପ୍ରଭାବରେ ମାନବ ଜାତି ଦିଗହରା ହେଉଛି । ଏଭଳି ସ୍ଥିତିରେ ଗ୍ରାମବାସୀଙ୍କ ପକ୍ଷରୁ ‘ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା’ ହିଁଙ୍ଗୁଳା ବିଶ୍ୱରୂପା ଶତଚଣ୍ଡୀ’ ଶ୍ରୀରାମ ତାରକ ନବକୁଣ୍ଡୀୟ ମହାଯଜ୍ଞ ଓ ଧର୍ମସଭା ଆୟୋଜନ କରାଯାଉଛି ବୋଲି ଆୟୋଜକ ସଚ୍ଚିଦା ନନ୍ଦ ପ୍ରଧାନ ମତବ୍ୟକ୍ତ କରିଥିଲେ । ଚାରି ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ରବିବାର ଠାରୁ ସୂର୍ଯ୍ୟ ପୂଜା, ଗୋ’ ପୂଜା, ଗୁରୁ ପୂଜା, ଶ୍ରୀ ଶତଚଣ୍ଡି ପାଠ, ମା’ ହିଁଙ୍ଗୁଳାଙ୍କର ଆହୁତି ପ୍ରଦାନ, ଯଜ୍ଞ ଆରତୀ ଧର୍ମସଭା ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହେବ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।

Related posts

ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା

mahabharatanews

୩ ଦିନରେ ୮୦୮୧ ଅନଲାଇନରେ ପଞ୍ଜିକରଣ

mahabharatanews

ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ବୈଠକ

mahabharatanews

Leave a Comment