ଖେଳଦେଶ ବିଦେଶ

ଜାପାନକୁ ପରାସ୍ତ କରି ସେମିଫାଇନାଲ ଟିକେଟ୍ ହାତେଇଛି ଟିମ୍ ଇଣ୍ଡିଆ

ଜାପାନକୁ ଉଡ଼ାଇ ସେମିଫାଇନାଲରେ ଭାରତ । ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦମଦାର ପ୍ରଦର୍ଶନ। କ୍ୱାର୍ଟର ଫାଇନାଲରେ ଜାପାନକୁ ମାତ୍ର ୮ ୱିକେଟ୍‌ରେ ପରାସ୍ତ କରି ସେମିଫାଇନାଲ ଟିକେଟ୍‌ ହାତେଇଛି ଟିମ୍‌ ଇଣ୍ଡିଆ।

Asian Games: Indian Women thrash Japan to reach semi-finals (cricket)

ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା ଭାରତ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଜାପାନର ବ୍ୟାଟିଂ ଲାଇନ୍‌ଅପ୍‌ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ୧୯.୫ ଓଭରରେ ମାତ୍ର ୫୭ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଜାପାନ। ଭାରତ ପକ୍ଷରୁ ଶ୍ରୀ ଚରଣୀ ୪ଟି ୱିକେଟ୍‌ ନେଇ ଜାପାନକୁ ବଡ଼ ସ୍କୋରରୁ ରୋକିଥିଲେ। ଶେଫାଲି ବର୍ମା ୨ଟି ଏବଂ ଦୀପ୍ତି ଶର୍ମା ଓ ଶ୍ରେୟଙ୍କା ପାଟିଲ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଏହାସହ ଜାପାନର ଦୁଇ ବ୍ୟାଟର ରନ୍‌ଆଉଟ୍‌ ହୋଇଥିଲେ।

May be an image of ‎text that says '‎اه NOIA‎'‎

୫୮ ରନ୍‌ର ଛୋଟ ଲକ୍ଷ୍ୟକୁ ପିଛା କରି ଭାରତ ମଧ୍ୟ ଆରମ୍ଭରେ ଦୁଇଟି ୱିକେଟ୍‌ ହରାଇଥିଲା। ଜି. କମଲିନି ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିବା ବେଳେ ଭାରତୀ ଫୁଲମାଲି ୬ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଏହାପରେ ଜାପାନକୁ ଆଉ କୌଣସି ସୁଯୋଗ ଦେଇନଥିଲେ ଶେଫାଲି ବର୍ମା। ଦ୍ରୁତ ବ୍ୟାଟିଂ କରି ଅପରାଜିତ ୪୦ ରନ୍‌ ସଂଗ୍ରହ କରି ମାତ୍ର ୪.୨ ଓଭରରେ ଭାରତକୁ ବିଜୟୀ କରାଇଥିଲେ। ଏହି ବିଜୟ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ୨୦୨୩ ଏସୀୟ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳ ଏଥର ମଧ୍ୟ ଟାଇଟଲ୍‌ ବଜାୟ ରଖିବା ଲକ୍ଷ୍ୟରେ ଆଗକୁ ବଢ଼ିଛି।

No photo description available.

Related posts

ଦାୟିତ୍ୱ ନେଲେ ଏନ୍ ରଙ୍ଗାସ୍ୱାମୀ, ଶୁଭେଚ୍ଛା ଜଣାଇଲେ ସୁଜିତ୍ କୁମାର

mahabharatanews

ଅଖିଳେଶଙ୍କ ଜନ୍ମଦିନରେ ରାହୁଲଙ୍କ ରାଜନୈତିକ ବାର୍ତ୍ତା, ୨୦୨୭ ଉପରେ ବଢ଼ିଲା ଚର୍ଚ୍ଚା

mahabharatanews

୨୦୪୭ ସୁଦ୍ଧା ବିକଶିତ ଭାରତର ସଂକଳ୍ପ: ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

mahabharatanews