(ମହାଭରତ): ଘରେ ଦୀପ ଜାଳିବାକୁ ଶୁଭ ବୋଲି ଧରାଯାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଜଳାଇବା ଦ୍ୱାରା ସୁଖ, ସମୃଦ୍ଧି ଏବଂ ଶାନ୍ତି ବଜାୟ ରହିଥାଏ । ହିନ୍ଦୁ ପରମ୍ପରାରେ ଠାକୁରଙ୍କ ପାଖରେ ଦୀପ ଜଳାଇବାର ପରମ୍ପରା ରହିଛି । କିନ୍ତୁ ବାସ୍ତ୍ରୁ ଅନୁସାରେ ଦୀପ ଜଳାଇବାର ନୀତି ନିୟମ ରହିଛି । ବାସ୍ତ୍ରୁଶାସ୍ତ୍ର ଅନୁସାରେ ଅଲଗା ଅଲଗା ଦିଗରେ ଦୀପ ଜଳାଇଲେ ଅଲଗା ଅଲଗା ଅଲଗା ଲାଭ ମିଳିଥାଏ । ତା’ହେଲେ ଆସନ୍ତୁ ଜାଣିବା ,କେଉଁ ଦିଗରେ ଦୀପ ଜଳାଇବା ଦ୍ୱାରା କ’ଣ ଲାଭ ହୋଇଥାଏ ।
ଦକ୍ଷିଣ-ପୂର୍ବ ଦିଗରେ ଦୀପ ଜଳାନ୍ତୁ:
ଯଦି ଆପଣଙ୍କୁ ସମ୍ମାନ କମ୍ ମିଳୁଛି ବା ଆପଣ ନିଜକୁ ଏକା ଭାବୁଛନ୍ତି,ତା’ହେଲେ ଆପଣ ଘରେ ଦକ୍ଷିଣ ପୂର୍ବ ଦିଗରେ ଦୀପ ଜାଳନ୍ତୁ । ସନ୍ଧ୍ୟାବେଳେ ଦୀପ ଜଳାଇଲେ ଆପଣଙ୍କ ସମ୍ମାନ ବୃଦ୍ଧି ହେବ ।
କାର୍ଯ୍ୟସ୍ଥଳୀରେ ଦୀପ ଜଳାଇବା ଶୁଭ:
କାର୍ଯ୍ୟସ୍ଥଳୀ ଯେପରିକି ଅଫିସ୍ ହେଉ ବା ଆପଣଙ୍କ ନିଜର ବ୍ୟବସାୟୀସ୍ଥଳୀ, ସେଠାରେ ମଧ୍ୟ ଦୀପ ଜଳାଇବା ଶୁଭ ହୋଇଥାଏ । ଆପଣ କାର୍ଯ୍ୟସ୍ଥଳୀରେ ଦକ୍ଷିଣ-ପୂର୍ବ ଦିଗରେ ଦୀପ ଜଳାନ୍ତୁ । ଏହାଦ୍ୱାରା ଆପଣଙ୍କ ଧନ ବୃଦ୍ଧି ହେବା ସହ ସୌଭାଗ୍ୟ ମଧ୍ୟ ପ୍ରାପ୍ତି ହେବ ।
ଏମିତି ଦୂର କରନ୍ତୁ ବାସ୍ତୁ ଦୋଷ :
ଘରେ ଯଦି ବାସ୍ତୁ ଦୋଷ ରହିଛି ତା’ହେଲେ ସପ୍ତାହରେ ଥରେ ଘରେ କର୍ପୂର ଦୀପ ଜଳାନ୍ତୁ । ଏହା କରିବା ଦ୍ୱାରା ଘରେ ବାସ୍ତୁଦୋଷ ଦୂର ହେବା ସହ ଘରୁ ନକାରାତ୍ମକ ଶକ୍ତି ମଧ୍ୟ ଦୂର ହେବ ।
ପୂର୍ବ ଦିଗରେ ଦୀପ ଜାଳିଲେ ଆୟୁ ବଢେ:
ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗରେ ଦୀପ ଲଗାଇଲେ ଆୟୁ ବୃଦ୍ଧି ହୋଇଥାଏ । ଏହାକୁ ପଶ୍ଚିମ ଦିଗରେ ରଖିଲେ ଦୁଃଖ ବଢିଥାଏ । ତେଣୁ ଏପରି ଭୁଲ୍ କରନ୍ତୁ ନାହିଁ । ଦକ୍ଷିଣ ଦିଗରେ ରଖିଲେ ମଧ୍ୟ ଏହା ଧନହାନି କରିଥାଏ ।