Uncategorized

ଜାଣନ୍ତୁ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କିଛି ସିକ୍ରେଟ୍ ଟିପ୍ସ

(ମହାଭରତ): ରୋଷେଇ ଘରେ ଗୃହଣୀମାନଙ୍କର ସବୁବେଳେ ଚିନ୍ତା,ସେମାନେ କ’ଣ ରୋଷେଇ କରିବେ,ଆଉ ତାହା କିପରି ସମସ୍ତଙ୍କୁ ପସନ୍ଦ ଆସିବ ଏବଂ ତାହା ସହଜରେ ମଧ୍ୟ ହୋଇପାରୁଥିବ । ହେଲେ ଜାଣନ୍ତି କି ଏମିତି କିଛି କିଚେନ୍ ଟିପ୍ସ ଅଛି ଯାହା ଦ୍ୱାରା ଆପଣ ରୋଷେଇ ଘର କାମ ସହଜରେ କରିପାରିବେ । ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହାକୁ ବ୍ୟବହାର କରି ଆପଣ ଶୀଘ୍ର ରୋଷେଇ କରିପାରିବେ ଏବଂ ଖାଦ୍ୟକୁ ସ୍ୱାଦିଷ୍ଟ ମଧ୍ୟ କରିପାରିବେ ।
ରୋଷେଇ ଟିପ୍ସ:
୧- ଯଦି ଆପଣ ରାଜମାକୁ ରାତିରେ ଭିଜାଇବାକୁ ଭୁଲି ଯାଇଛନ୍ତି ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ପ୍ରେସରରେ ରାଜମା ସହ ପାଣି ଦେଇ କମ୍ ଆଞ୍ଚରେ ଗ୍ୟାସରେ ବସାଇ ୩ଟି ସିଟି ଦିଅନ୍ତୁ । ଆଉ ପ୍ରେସର ପୂରା ଥଣ୍ଡା ହେଲା ପରେ ଖୋଲନ୍ତୁ । ଦେଖିବେ ରାଜମା ଭଲରେ ସିଝି ଯାଇଥିବ ।
୨- ଆପଣ ହରଡ ଡାଲି କଲାବେଳେ ପାଣିରେ ଲୁଣ ନପକାଇ ପରେ ଡାଲି ସିଝି ସାରିଲା ପରେ ପକାନ୍ତୁ । ଏହା କଲେ ଡାଲି ଶିଘ୍ର ସିଝିଯିବ ।
୩- ଯଦି ଲେମ୍ବୁ ଅଧିକା ଟାଣ ଅଛି ତାହେଲେ ଲେମ୍ବୁକୁ କିଛି ସମୟ ଗରମ ପାଣିରେ ବୁଡାଇ ରଖି ଦିଅନ୍ତୁ । ତାପରେ କାଟନ୍ତୁ । ଅଧିକ ଲେମ୍ବୁ ରସ ବାହାରିବ ।
୪- ଚକଟା ଅଟାକୁ ଫ୍ରିଜରେ ରଖିବାକୁ ଚାହୁଁଥିଲେ ଅଟା ଉପରେ ଅଳ୍ପ ଘିଅ ଲଗାଇ ଏକ ଡବାରେ ଭର୍ତ୍ତି କରି ରଖନ୍ତୁ । ଏହା କଲେ ଅଟା ଫ୍ରେସ ରହିବ ।
୫- ତନ୍ଦୁର,ଚପାତି ଇତ୍ୟାଦି ତିଆରି କରିବା ଆଗରୁ ଚକଟିବା ସମୟରେ ସେଥିରେ ଅଳ୍ପ ଦହି ମିଶାଇ ଉଷୁମ ପାଣିରେ ଚକଟନ୍ତୁ । ଚପାତି ଭଲ ଲାଗିବ ।

Related posts

ସଂସ୍କାର ଅଭାବରୁ ବିଦେଶ ଯାଉଥିବା ପିଲା ଖାଉଛନ୍ତି ବିଫ: ଗିରିରାଜ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଆଳୁ ମଖତ୍ନ

mahabharatanews

ଦୁର୍ଗାପୁରରେ ଭୂମିକମ୍ପ: ତୀବ୍ରତା ୪.୧

mahabharatanews

Leave a Comment