Uncategorized

ଦେଶରେ ୨୪ ଘଣ୍ଟାରେ ୬୧ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

(ନୂଆଦିଲ୍ଲୀ): ମହାମାରୀ କରୋନା ଯୋଗୁଁ ଭାରତରେ ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି। ଦେଶରେ ଏବେ ଦୈନିକ ସଂକ୍ରମଣ ୬୦ ହଜାର ଉପରେ ରହିଛି। ଶୁକ୍ରବାର ୬୨ ହଜାର ୫୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଶନିବାର ଏହି ସଂଖ୍ୟା ୬୧ ହଜାର ୫୩୭ ରହିଛି। ଫଳରେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ୮୮ ହଜାର ୬୧୧କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୯୩୩ ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪୨ ହଜାର ୫୧୮ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଦେଶରେ ୧୪ ଲକ୍ଷ ୨୭ ହଜାର ଛଅ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି । ମୋଟ୍ ଆରୋଗ୍ୟ ହାର ଏବେ ୬୮.୩୨କୁ ବୃଦ୍ଧି ପାଇଛି ।

Related posts

ଯବାନଙ୍କ ଦ୍ୱାରା ବଡଦିନ ପାଳନ

mahabharatanews

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ମନୁ ଭାକର ଦେଲେ ପ୍ରଥମ ମେଡାଲ

mahabharatanews

ଫିଲ୍ମ ‘ଅନୁ ମ୍ୟାଡ଼ମ’

mahabharatanews