ଓଡିଶା

ଟାଟା ଷ୍ଟିଲର ରନ୍-ଏ-ଥନ୍ ମାରାଥନ ଆୟୋଜିତ

(ମହାଭାରତ, ଢେଙ୍କାନାଳ): ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ଢେଙ୍କାନାଳ ଟାଉନରେ ରବିବାର ସକାଳେ ଦୌଡ ପ୍ରତିଯୋଗିତା ରନ-ଏ-ଥନ ମାରାଥନ ଆୟୋଜିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ନବ ଭାରତ ଭେଞ୍ଚର୍ସ ଓ ଏମଜିଏମ ମିନେରାଲ୍ସ ଓ ଟାଟା ଷ୍ଟିଲର ବରିଷ୍ଠ କର୍ମକର୍ତ୍ତାମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦୁଇଟି ପର୍ଯ୍ୟାୟରେ ଏହି ମାରାଥନ ଅନୁଷ୍ଠିତ ହୋଇଥିଲା । ଟାଟା ଷ୍ଟିଲ ବିଏସଏଲ ପରିସରରୁ ଯଥାକ୍ରମେ ୧୦ କିମି ଓ ୫ କିମି ଦୌଡ ଆରମ୍ଭ ହୋଇଥିଲା । ଏଥିରେ ଢେଙ୍କାନାଳ ଟାଉନର ବିଭିନ୍ନ ବର୍ଗର ପୁରୁଷ ଓ ମହିଳା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଅଭିନେତା ସବ୍ୟସାଚୀ ଯୋଗ ଦେଇଥିଲେ । ରନ-ଏ-ଥନ ମାରାଥନର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା । ଏକ ସୁସ୍ଥ ସମାଜର ଗଠନ ଦିଗରେ ଏହି ମାରାଥନର ଆୟୋଜନ କରାଯାଇଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ।

Related posts

ଅନୁଗୋଳରେ ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ପ୍ରଚାର 

mahabharatanews

ନ୍ୟୁଜିଲ୍ୟାଣ୍ଡରେ ଆଗ୍ନେଗିରି ଉଦ୍ଗୀରଣ

mahabharatanews

ଶ୍ରୀମନ୍ଦିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ

mahabharatanews

Leave a Comment