ଓଡିଶା

ସାବଧାନ ବୁଲୁଛି ମହାବଳ ! 

(ନୂଆପଡା) :ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାଘ ଆତଙ୍କ । ନୂଆପଡ଼ା ଜଙ୍ଗଲରେ ମହାବଳ ବାଘର ପାଦଚିହ୍ନ ଠାବ ହୋଇଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । କିଛି ଦିନ ତଳେ ମହାବଳ ବାଘ ମୁନିଗୁଡା ଦହିଖାଲ ଅଞ୍ଚଳରେ ମଇଁଷି ଛୁଆକୁ ଖାଇବା ପରେ ପୁଣି ମହାବଳ ଗତିବିଧି ଉପରେ ନଜର ରଖିଛି ଜିଲ୍ଲା ବନ ବିଭାଗ ।

ସୂଚନାନୁଯାୟୀ , ଏହା ପୂର୍ବରୁ ବାଘ ଜଣେ ନାବାଳକକୁ ଟାଣି ନେବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା । ଇସ୍ରୋର ସଫଳତା: ଆଦିତ୍ୟ ଏଲ-୧ ଉଠାଇଲେ ସୂର୍ଯ୍ୟର ପୂର୍ଣ୍ଣ ଗୋଲାକାର ଫଟୋ ଏହା ପରେ ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କରୁଛି ବନ ବିଭାଗ । ମହାବଳ ପୁଣି ଏବେ ଯିବା ବାଟରେ ଫେରୁଥିବା ନଜିର ରହୁଛି । ବର୍ତ୍ତମାନ ସୁଦ୍ଧା ମହାବଳ ବାଘକୁ ବନ ବିଭାଗ ଦେଖି ନଥିବା ବେଳେ ପାଦଚିହ୍ନ କିନ୍ତୁ ଠାବ କରି ନଜର ରଖୁଛି ବନ ବିଭାଗ । ଆଜି ଗୁଡାରି ଓ ଚନ୍ଦ୍ରପୁର ସିମାନ୍ତରେ ବାଘଟି ରହିଥିବାରୁ ବର୍ତ୍ତମାନ ପୁଣି ବାଘଟି ଯିବା ବାଟରେ ଫେରୁଥିବା ଅନୁମାନ କରାଯାଉଛି ।

Related posts

କଟକସ୍ଥିତ ସନ ହସ୍ପିଟାଲରେ ନିଆଁ: କାରଣ ଅସ୍ପଷ୍ଟ 

mahabharatanews

ପାରାଦ୍ୱୀପ ରିଫାଇନରୀ ପକ୍ଷରୁ ଉତ୍ପାଦକତା ସପ୍ତାହ

mahabharatanews

ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ

mahabharatanews