ଓଡିଶା

ଟ୍ରକ୍ ଧକ୍କାରେ ୨ ଡ୍ରାଇଭର ମୃତ

(ମହାଭାରତ, କେନ୍ଦୁଝର): କେନ୍ଦୁଝର ସଦର ଥାନା ଚାନ୍ଦପୋଷି ନିକଟରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଉଭୟ ଟ୍ରକର ଡ୍ରାଇଭର ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଦୁର୍ଘଟଣାଗ୍ରସ୍ତ ଦୁଇଟି ଟ୍ରକ ମଧ୍ୟରୁ ଗୋଟିକରେ ଆଇରନ ଓ ଅନ୍ୟଟିରେ କୋଇଲା ବୋଝେଇ ହୋଇଥିଲା । ତେବେ ଗାଡି ଦୁଇଟି ଦ୍ରୁତଗତିରେ ଆସୁଥିବାରୁ ଏତେ ଜୋରରେ ପିଟି ହୋଇଥିଲା ଯେ, ଘଟଣାସ୍ଥଳରେ ହିଁ ଦୁଇ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଯାକ ଶବକୁ ଉଦ୍ଧାର କରିଥିଲେ । ଅନ୍ୟପକ୍ଷରେ ପୋଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ଉଦ୍ଧାର କାର୍ଯ୍ୟ ଡେରିରେ ହୋଇଥିଲା । ଖବର ଦିଆଯିବା ସତ୍ତେ୍ୱ ଘଟଣାସ୍ଥଳର ସୀମାକୁ ଯଘଟଗାଁ ଓ ସଦର ଥାନା ପୋଲିସ ମଧ୍ୟରେ ଟଣାଓଟରା ଯୋଗୁ ଏଭଳି ସ୍ଥିତି ଉପୁଜି ଥିଲା । ଏହି ଦୁର୍ଘଟଣାକୁ ମିଶାଇ ୪ ଦିନ ମଧ୍ୟରେ ଜିଲ୍ଲାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଅଛନ୍ତି ।

Related posts

ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

mahabharatanews

ଅକ୍ଟୋବରରୁ ଭାରତରେ ୫ଜି ସେବା

mahabharatanews

ଗାଁ ଦାଣ୍ଡରୁ ପାଣି ନିଷ୍କାସନ ପାଇଁ ବିଡିଓଙ୍କୁ ଚିଠି ଲେଖିଲେ ଧାନନ୍ଦା ଗ୍ରାମବାସୀ

mahabharatanews