ଓଡିଶା

ଜଳେଶ୍ୱର ଭୀମ ଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଜଳେଶ୍ୱର ବ୍ଲକ ସହଯୋଗରେ ନୂଅ ।ବଜାର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ଭୀମଭୋଇ ଭିନ୍ନକ୍ଷମ ଶିବିର । ଜଳେଶ୍ୱର ବିଡ଼ିଓ ଦୀପ୍ତିରଞ୍ଜନ ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ବିଧାୟକ ଅଶ୍ୱୀନି କୁମାର ପାତ୍ର ,ବ୍ଲକ ଅଧ୍ୟକ୍ଷା ସବିତା ଦଳେଇ,ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସଞ୍ଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସରକାରୀ ସ୍ତରରେ ଏହି ଭିନ୍ନକ୍ଷମ ଶିବିର କରାଯାଇ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟାକୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କୁ ମଧ୍ୟରେ ସମସ୍ତ ଆଶା , ଅଙ୍ଗନୱାଡି କର୍ମୀ, ତଥା ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ରହି ଶିବିରର ସୁ·ରୁରୂପେ ପରି·ଳନା କରିଥିଲେ । ଏହି ଶିବିରରେ ନାସା, କର୍ଣ, ମାନସିକ,ଅସ୍ତିଶଲ୍ୟ,ଚକ୍ଷୁ ବିଭାଗର ଡାକ୍ତରମାନେ ଯୋଗ ଦେଇ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ । ଏହି ଶିବିରରେ ୧୫୫୦ ଜଣ ଦିବ୍ୟାଙ୍ଗ ଯୋଗ ଦେଇଥିଲେ । ଖୁବ ଶୀଘ୍ର ଯୋଗ୍ୟ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ସମସ୍ତ ସୁବିଧା ସୋଯୋଗ ଯୋଗାଇ ଦିଅ ।ଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Related posts

ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି 

mahabharatanews

 ଆଜିଠୁ ଆରମ୍ଭ ହେବ ପହିଲି ଭୋଗ ନୀତି

mahabharatanews

ଘରେ ଘରେ ଥଣ୍ଡା ଓ ଜ୍ୱର ,ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଉନି ସଚେତନତା

mahabharatanews