ଓଡିଶା

ଦନ୍ତା ଆକ୍ରମଣରେ ଯୁବକ ମୃତ

(ମହାଭାରତ, ଖୋର୍ଦ୍ଧା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଜଙ୍ଗଲ ଡିଭିଜନ ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଗୋଟିଏ ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବିତ୍ର ରାଉତ ବୋଲି ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟାରେ ବ୍ୟକ୍ତି ଜଣକ ମାର୍କେଟରୁ ଘରକୁ ଫେରୁଥିଲେ । ଏହି ସମୟରେ ସେ ଦନ୍ତା ହାବୁଡରେ ପଡିଯାଇଥିଲେ । ଦନ୍ତାଟି ତାଙ୍କୁ ଆକ୍ରମଣ କରିଥିଲା । ଏଥିରେ ବ୍ୟକ୍ତି ଜଣକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ବ୍ୟକ୍ତିଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନ ଫେରିବା ଦେଖି ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ପାଇ ନଥିଲେ । ତେବେ ଶନିବାର ସକାଳେ ତାଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରେ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ କ୍ଷତିପୂରଣ ବାବଦ ୧ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।

Related posts

ନିଆରା ଢଙ୍ଗରେ ନିଜର ଜନ୍ମଦିବସ ପାଳିଲେ ସମାଜସେବୀ ସଦାଶିବ

mahabharatanews

ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

mahabharatanews

ପୂର୍ଵତନ ବିଧାୟକଙ୍କ ପରଲୋକ

mahabharatanews

Leave a Comment