ଓଡିଶା

ଦନ୍ତା ଆକ୍ରମଣରେ ଯୁବକ ମୃତ

(ମହାଭାରତ, ଖୋର୍ଦ୍ଧା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଜଙ୍ଗଲ ଡିଭିଜନ ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଗୋଟିଏ ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବିତ୍ର ରାଉତ ବୋଲି ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟାରେ ବ୍ୟକ୍ତି ଜଣକ ମାର୍କେଟରୁ ଘରକୁ ଫେରୁଥିଲେ । ଏହି ସମୟରେ ସେ ଦନ୍ତା ହାବୁଡରେ ପଡିଯାଇଥିଲେ । ଦନ୍ତାଟି ତାଙ୍କୁ ଆକ୍ରମଣ କରିଥିଲା । ଏଥିରେ ବ୍ୟକ୍ତି ଜଣକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ବ୍ୟକ୍ତିଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନ ଫେରିବା ଦେଖି ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ପାଇ ନଥିଲେ । ତେବେ ଶନିବାର ସକାଳେ ତାଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରେ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ କ୍ଷତିପୂରଣ ବାବଦ ୧ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।

Related posts

ଗୃହମନ୍ତ୍ରୀଙ୍କ ଢେଙ୍କାନାଳ ଜିଲ୍ଲାରେ ବିଭାଗୀୟ ସମୀକ୍ଷା

mahabharatanews

କରୋନା ସଚେତନତା ପାଇଁ ବିଏମସିର ୨ ଦିନିଆ କର୍ମଶାଳା

mahabharatanews

୮୦ଟି ପରୀକ୍ଷା କେନ୍ଦ୍ରରେ ଚାଲିଛି ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews