ଅପରାଧ

ବେଆଇନ କାଠଗଣ୍ଡି ଜବତ, ୧ ଗିରଫ

(ମହାଭାରତ, ରେଢାଖୋଲ): ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଢାଖୋଲ ବନ ବିଭାଗ ରେଞ୍ଜ ଅଧିନରେ ଥିବା ବୈ÷ଷ୍ଣବଝୁଲ୍ଲି ନିକଟରେ ବେଆଇନ କାଠଗଣ୍ଡି ଚୋରା ଚାଲାଣ ଚାଲିଥିବା ବେଳେ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣକୁ ବନ ବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି । ପୋଲିସ ଚଢାଉ ବେଳେ ଏକ ଟାଭେରା ଘଟଣାସ୍ଥଳରୁ ଜବତ ହୋଇଛି । ତେବେ ପୋଲିସ ଘଟଣାସ୍ଥଳରୁ ୩୦ଟି ବେଆଇନ କାଠଗଣ୍ଡି ଜବତ କରିଛି । ସେହିପରି ସ୍ଥାନୀୟ କୁଟାଶିଙ୍ଗା ଅଞ୍ଚଳରେ ୩ଟି ଶାଳ ଗଛର ଗଣ୍ଡି ଜବତ ହୋଇଥିବା ଜଣାପଡିଛି । ତେବେ ଏଗୁୁଡିକର ଚୋରା ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ କର୍ମଚାରୀମାନେ ଚଢାଉ କରିଥିଲେ । ଏହି କାରବାରରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ରେଢାଖୋଲ ବନାଞ୍ଚଳରେ ଚାଲିଥିବା ବ୍ୟାପକ କାଠ ଚୋରାଚାଲାଣ ଓ ଏଥିରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଧରିବା ପାଇଁ ବନ ବିଭାଗ କର୍ମଚାରୀମାନେ ତନାଘନା ଚଳାଇଛନ୍ତି ।

Related posts

ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍

mahabharatanews

ସୈତାନ ପାଲଟିଗଲା ଭାଇ, ଭଉଣୀକୁ ତଣ୍ଟି ଚିପି ହତ୍ୟା କଲା

mahabharatanews

ବିଷ ପିଇ ପତ୍ନୀ ଓ ଦୁଇ ପୁଅଙ୍କ ଆତ୍ମହତ୍ୟା

mahabharatanews